Masthead

ମଦମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଅନୁଗୁଳ, (ବଡ଼ ଖବର ବ୍ୟୁରୋ): ମଦମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବିଭାଗୀୟ ମନ୍ତ୍ରୀ। ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅନୁଗୁଳରେ ମଦ ପିଇ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ବିଷାକ୍ତ ମଦ ପିଇ ଏମାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଆଉ କିଛି ଲୋକ ଗୁରୁତର ମଧ୍ୟ ଅଛନ୍ତି। ସେମାନଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଆଜି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଭେଟି ସମବେଦନା ଜଣାଇଛନ୍ତି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରାଯାଇଛି। ବିଧାୟକଙ୍କ ସହ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ସ୍ଥାନୀୟ ସରପଞ୍ଚ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ