Masthead

ନିର୍ମାଣଧିନ ଷ୍ଟାଡିୟମରେ ଅନିୟମିତତା ଅଭିଯୋଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧିନ ଷ୍ଟାଡିୟମରେ ଅନିୟମିତତା ଅଭିଯୋଗ । ଅବଧି ପରେ ବି ଦୀର୍ଘ ୮ ବର୍ଷ ହେଲା ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ ଚାନ୍ଦବାଲି କନ୍ଧା ଷ୍ଟାଡିୟମ କାର୍ଯ୍ୟ । ୮ ବର୍ଷରେ ୩ କୋଟି ଖର୍ଚ୍ଚ ପରେ ବି ହୋଇ ପାରିଲା ନାହିଁ କାର୍ଯ୍ୟକ୍ଷମ । ଏମିତି ଚାଲିଛି ଚାନ୍ଦବାଲିରେ କ୍ରୀଡ଼ାର ବିକାଶ । ଚାନ୍ଦବାଲିରୁ ବହୁ ପ୍ରତିଭାବାନ ଖେଳାଳୀ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଆଣିଥିବାରୁ କ୍ରୀଡ଼ାର ବିକାଶ ପାଇଁ ସରକାର ଚାନ୍ଦବାଲି ଏନ୍. ଏ. ସି. ସ୍ଥିତ କନ୍ଧା ନିକଟରେ ଏକ ଷ୍ଟାଡିୟମ ନିର୍ମାଣ କରିଥିଲେ ।

ହେଲେ ନିର୍ମାଣର ୮ ବର୍ଷ ପରେ ମଧ୍ୟ ତାହା ଆଜି ଯାଏଁ ଶେଷ ହୋଇ ପାରିଲା ନାହିଁ । ଏମିତି ନିମ୍ନମାନର କାର୍ଯ୍ୟ କରା ଯାଇଛି ଯେ ଷ୍ଟାଡିୟମ ଉଦଘାଟନ ପୂର୍ବରୁ ପାଚେରୀ କିମ୍ବା ନିର୍ମାଣଧିନ ଗୃହ ଯେକୌଣସି ମୁହୂର୍ତ୍ତର ଭୂଷୁଡି ନ ଯିବ ତାହା କହି ହେଉନି । ପାଚେରୀର ଅଧିକାଂଶ ସ୍ଥାନରେ କେଉଁଠି ପ୍ଲାଷ୍ଟର ଝଡି ପଡ଼ିଲାଣି ତ ଆଉ କେଉଁଠି ମୁଖ୍ୟ ଫାଟକ ଭାଙ୍ଗି ପଡ଼ିବା ସହ ବିପଦ ସଙ୍କୁଳ ଅବସ୍ଥା ଦେଖା ଦେଲାଣି ।

ଷ୍ଟାଡିୟମ ଭିତରେ ନିର୍ମାଣ ହୋଇଥିବା ଗୃହ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯଥା ଶୀଘ୍ର ଅଧାପନ୍ତରିଆ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବା ବେଳେ ଚାନ୍ଦବାଲିରେ ନିର୍ମିତ ଷ୍ଟାଡିୟମ ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ଏବଂ କ୍ରୀଡ଼ା ବିଭାଗର ଥିବା ମନ୍ତ୍ରୀଙ୍କୁ ଚାନ୍ଦବାଲିବାସୀ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼