Masthead

ଜ୍ୱାଇଁଙ୍କୁ ପିଟି ପିଟି ହତ୍ୟା କଲେ ଶ୍ୱଶୁରଘର ଲୋକେ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ । ଜ୍ୱାଇଁକୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ । ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତି ଫିଙ୍ଗିବା ଉଦ୍ୟମ ହେଲା ବିଫଳ । ଭ୍ୟାନ୍ ଭିତରୁ ବସ୍ତାରେ ଭରା ହୋଇଥିବା ମୃତଦେହ ଉଦ୍ଧାର କରିଛି ପୋଲିସ । ହତ୍ୟା ଘଟଣାକୁ ମୃତଙ୍କ ସ୍ତ୍ରୀ ସ୍ୱୀକାର ବି କରିଛି । ଘଟଣାରେ ୪ ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବିରିପାଲି ଗାଁରେ । ମୃତକ ହେଲେ ପଦମପୁର୍ ଗଡଭାଟି ଗାଁର ରୁଦ୍ର ମେହେର ।

ସୂଚନା ଅନୁସାରେ ଦୀର୍ଘ ୬ ମାସ ହେଲା ମୃତ ରୁଦ୍ର ମେହେର୍ ଶ୍ୱଶୁର ଘରେ ରହୁଥିଲା । ଅନେକ ସମୟରେ ମଦ ପିଇ ଶ୍ୱଶୁରଘର ଲୋକଙ୍କୁ ଗାଳିଗୁଲଜ କରୁଥିଲା । ହେଲେ ଗତକାଲି ହୋଲି ଦିନରେ ପୁଣି ମଦ ପିଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବାରୁ ଶ୍ୱଶୁର ଘର ଲୋକେ ଉତକ୍ଷୀପ୍ତ ହୋଇ ଜ୍ୱାଇଁ ରୁଦ୍ରକୁ ନିସ୍ତୁକ ପିଟି ଥିଲେ । ହେଲେ ସେଥିରେ ତାଙ୍କ ମନ ମାନି ନଥିଲା । ଶ୍ୱଶୁରଘର ଲୋକେ ପିଟି ପିଟି ତାଙ୍କୁ ମାରି ଦେଇଥିଲେ । ରୁଦ୍ରଙ୍କୁ ପିଟି ପିଟି ମାରି ଦେଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏନେଇ ମୃତ ରୁଦ୍ରଙ୍କ ସମ୍ପର୍କୀୟ ଖପ୍ରାଖୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ସହ ଭ୍ୟାନକୁ ଜବତ କରିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଗଡ଼ଭାଟି ଗାଁର ରୁଦ୍ର ମେହେର ଖପ୍ରାଖୋଲ ଥାନା ଚାବିରିପାଲି ଗାଁର ସରୋଜିନୀ ମେହେରଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ହିଁ ସ୍ଵାମୀ ସ୍ତ୍ରୀ ମଧ୍ୟ୍ୟରେ ଝଗଡ଼ା ଲାଗୀ ରହୁଥିଲା । ଏପରିକି ଯୌତୁକ ନିର୍ଯାତନା କେସରେ ସ୍ଵାମୀ ରୁଦ୍ରକୁ ଜେଲ ପଠାଇଥିଲେ ସ୍ତ୍ରୀ ସରୋଜିନୀ । ତେବେ ଦୀର୍ଘ ୬ ମାସ ହେଲା ସ୍ଵାମୀ ଘରୁ ଆସି ବାପା ଘରକୁ ଚାଲି ଆସିଥିଲେ ସରୋଜିନୀ ।

ତା ପରେ ପରେ ସ୍ଵାମୀ ମଧ୍ୟ ଶ୍ୱଶୁର ଘରକୁ ଆସିଥିଲେ ସ୍ତ୍ରୀଙ୍କୁ ମନାଇବା ପାଇଁ । ହେଲେ ଏଠି ମଧ୍ୟ ମଦ ପିଇ ଶ୍ୱଶୁର ଘର ଲୋକଙ୍କୁ ଗାଳିଗୁଲଜ କରୁଥିଲେ ରୁଦ୍ର । ହେଲେ ବୁଧବାର ଜ୍ବାଇଁ ଓ ଶଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଯେଉଁଥିରେ ଶ୍ୱଶୁର ଘର ଲୋକେ ପିଟି ପିଟି ଜ୍ବାଇଁକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ହତ୍ୟା ଘଟଣାକୁ ସ୍ୱୀକାର କରିଛନ୍ତି ମୃତ ରୁଦ୍ରଙ୍କ ସ୍ତ୍ରୀ ସରୋଜିନୀ ମେହେର । ସରୋଜିନୀ ମେହେରଙ୍କ ସହ ୪ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ