Masthead

ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି, ତଦନ୍ତ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ତାରା ପ୍ରସାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କରିଥିଲେ ବିରୋଧୀ । ସେପଟେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ରହିଛି । ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ତଦନ୍ତ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର ।

ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଗଣତନ୍ତ୍ର ଭୁଶୁଡି ଯାଇଛି । ଆଇନ ଶୃଙ୍ଖଳା ନାହିଁ । ସୋରଡ଼ା ଆଇଆଇସିର ମାମଲା ତଦନ୍ତ ହେଉନି । କୁହାଯାଉଛି, ସେ ଆତ୍ମହତ୍ୟା କରିଛନ୍ତି । ହେଲେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ସେପଟେ ରାଜ୍ୟରେ ମାତ୍ର ୪୦ ପ୍ରତିଶତ ଚାଷୀଙ୍କ ଧାନ କିଣା ହୋଇଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦଲାଲ । ରାଜ୍ୟପାଳ ବି ରାଜ୍ୟ ସରକାର ଦଲାଲ । ଗଣତନ୍ତ୍ର ନାହିଁ, ନିଯୁକ୍ତି ନାହିଁ, ଶିକ୍ଷକ, ଅଧ୍ୟାପକ, ଡାକ୍ତର ଅଭାବ । ଦଳିତ ଆଦିବାସୀ ଆଜି ହରଡ଼ ଘଣାରେ ଠେଲା ଯାଇଛି ।

ଗୃହରେ ଏ ସବୁ ପ୍ରସଙ୍ଗ ଉଠାଇବୁ । ରାଜ୍ୟ ସରକାର ଆଇନ ଶୃଙ୍ଖଳା କଥା ଅଭିଭାଷଣରେ କହିଲେନି । ଅର୍ଥାତ ସେ ଜାଣିଛନ୍ତି ଆଇନ ଶୃଙ୍ଖଳା ନାହିଁ । ଲକ୍ଷେ ଶିକ୍ଷକ ପଦ ଖାଲି । ୧୦୦୦କୁ ନିଯୁକ୍ତି ଦିଆଯାଇଛି । ସେ ପୁଣି ମଧ୍ୟ ଗୋପାଳର ଗତକାଲି ଯେଉଁ ଫୋଟୋ ଦେଖାଉଛି ତାହା ପ୍ରାୟୋଜିତ। କିଏ ମାରିଛ ଦେଖା ଯାଇନି । ଗୋପାଳ ଦାସଙ୍କୁ ପାଗଳ କହିଛନ୍ତି । ତା ଘର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ । ଏହା ପ୍ରାୟୋଜିତ ଫଟୋ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି