Masthead

ଯଦି ନବୀନ ଆଗରୁ ଏମିତି କରିଥାନ୍ତେ…: ଅମର ପ୍ରସାଦ ଶତପଥୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀଙ୍କ ବିସ୍ଫୋରକ ବୟାନ । କହିଛନ୍ତି ନବୀନ ପଟ୍ଟନାୟକ ଯେମିତି ବର୍ତ୍ତମାନ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ପୂର୍ବରୁ ଯଦି ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ । ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମଟେ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ । କିଛି ବ୍ୟତିକ୍ରମ ହୋଇଥିଲା ଯାହା କି ନିର୍ବାଚନରେ ପ୍ରସଙ୍ଗ ହେଲା । ଆଜି ସେ ସ୍ଥିତି ନାହିଁ । ମୁଁ ଭାବୁଛି ଭଲ ଦିନ ଓଡ଼ିଶା ପାଇଁ ଆସୁଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଜାୟ ରହିବା ଦରକାର ।

ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରହିବା ଉଚିତ । ଦଳର ସୁପ୍ରିମୋ ବର୍ତ୍ତମାନ ଯେଉଁ ଦାୟିତ୍ଵ ବଣ୍ଟନର ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ । ଓଡ଼ିଶାରେ ଚଳିତ ଥର ନୂଆ ନୂଆ ପରମ୍ପରା ବି ଆରମ୍ଭ ହୋଇଛି । ଯେପରିକି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ବିରୋଧୀ ଦଳ ନେତା ଆସିବ ହେଉ କି ବିରୋଧୀ ଦଳର ନେତାଙ୍କ ଚିଠିର ଉତ୍ତର ତୁରନ୍ତ ମୁଖ୍ୟମନ୍ତ୍ରୀ ଦେବା, ଏହା ଗଣତନ୍ତ୍ର ବ୍ୟବସ୍ଥାକୁ ସୁସ୍ଥ ଓ ସୁଦୃଢ କରିଛି । ଏହା ଆଗକୁ ବି ବଜାୟ ରହିବାର ଆବଶ୍ୟକ ବୋଲି କହିଛନ୍ତି ଅମର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ