ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱର ଚତୁର୍ଥ ଅର୍ଥନୀତି ଭାରତ ହେବା ପରେ ଆଉ ଏକ ପଦକ୍ଷେପ ନେବାକୁ ଯାଉଛି ଦେଶ । ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ସାଟେଲାଇଟ୍ ଇଣ୍ଟରନେଟ୍ ବ୍ରଡ଼ବ୍ୟାଣ୍ଡ୍ । ସାଟେଲାଇଟ୍ ସେବା ଆରମ୍ଭ କରିବା ପୂର୍ବରୁ ସରକାର ବିଭିନ୍ନ ପ୍ରସ୍ତୁତି କରୁଛନ୍ତି । ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଦୌଡ଼ରେ  ଅନେକ ବିଦେଶୀ କମ୍ପାନି ମଧ୍ୟ ଅଛନ୍ତି, ଯେପରିକି ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍, ଆମାଜନ କୁଇପର ଏବଂ ୟୁଟେଲସାଟର ୱାନୱେବ୍, ଯେଉଁଥିରେ ଏୟାରଟେଲର ସହଭାଗିତା ରହିଛି।

ବିଶେଷକରି ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି, କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଛନ୍ତି । ଭାରତ ସରକାର ସାଟେଲାଇଟ୍ ସେବା ମନିଟରିଂ ପାଇଁ ଏକ  କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୯୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ ।   ସରକାର ନୂତନ ଟେଲିକମ୍ ନୀତିରେ ଏଥିପାଇଁ ବ୍ୟବସ୍ଥା କରିବେ ଯାହା ଦ୍ୱାରା ଆଗାମୀ ୫ ବର୍ଷ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇପାରିବ।

ଏହି ବିଷୟ ସହିତ ଜଡିତ ଜଣେ ଅଧିକାରୀଙ୍କ ଅନୁଯାୟୀ, ଏଥିପାଇଁ ଏକ ଡିଜିଟାଲ୍ ଯୋଗାଯୋଗ କମିଶନ (ଡିସିସି) ଗଠନ କରାଯିବ, ଯେଉଁଥିରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ପ୍ୟାନେଲ୍ ଗଠନ କରାଯିବ। ଏଥିପାଇଁ ଦୂରସଂଚାର ବିଭାଗ (ଡିଓଟି) ପୂର୍ବରୁ ମଞ୍ଜୁରୀ ଦେଇସାରିଛି ଏବଂ ଏହି ସୁବିଧା ପାଇଁ ୯୩୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’