Masthead

ଅମରିନ୍ଦରଙ୍କ ନୂଆ ଇନିଂସ, ଘୋଷଣା କଲେ ପଞ୍ଜାବ ଲୋକ କଂଗ୍ରେସ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଉ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ନିଜର ଆଉ ଏକ ଦଳ ଘୋଷଣା କରିଛନ୍ତି। ନିଜର ଏହି ରାଜନୈତିକ ପାର୍ଟିର ନାମ ସେ ‘ପଞ୍ଜାବ ଲୋକ କଂଗ୍ରେସ’ ରଖିଛନ୍ତି। ତେବେ ନିଜ ଦଳ ଘୋଷଣା କରିବା ସହିତ ସେ କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ମଧ୍ୟ ଦେଇଛନ୍ତି। ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଅମରିନ୍ଦର।

ତେବେ ଇସ୍ତଫା ପତ୍ର ସହିତ ସେ ଏକ ଲମ୍ବା ଚିଠି ମଧ୍ୟ ଲେଖିଛନ୍ତି। ପଞ୍ଜାବ କଂଗ୍ରେସ ସଭାପତି ଭାବେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ପରେ ଅମରିନ୍ଦର କଂଗ୍ରେସରେ ରହିନଥିଲେ। ବହୁ ବାଦ ବିବାଦ ମଧ୍ୟ ଉପୁଜିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର। ବର୍ତ୍ତମାନ  ନିଜର ଏକ ଦଳ ଘୋଷଣା କରିଛନ୍ତି ଅମରିନ୍ଦର। କଂଗ୍ରେସ ସହ ଚାଲିଥିବା ବୁଝାମଣା ମଧ୍ୟ ଶେଷ ହୋଇଛି। ଏହାଛଡ଼ା ବିଜେପିରେ ମିଶିବା ନେଇ ହେଉଥିବା ଆଲୋଚନାରେ ବି ଅନ୍ତ ପଡ଼ିଛି।

ଆଗରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠାରୁ ନୂଆ ପାର୍ଟି ଗଠନ କରିବେ ବୋଲି ଘୋଷଣା କରିସାରିଥିଲେ।  ଅମରିନ୍ଦରଙ୍କ ପାର୍ଟିକୁ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକମାନେ ଆସିବେକି ବୋଲି ସେତେବେଳେ ତାଙ୍କୁ ପଚରା ଯାଇଥିଲା। ତେବେ ପ୍ରସଙ୍ଗରେ ସେ ନିରୁତ୍ତର  ରହିଥିଲେ।

ଦଳରେ ତାଙ୍କ ସମର୍ଥକଙ୍କୁ ନିର୍ୟାତନା ଦିଆଯାଉଥିବାର ସେ କହିଥିଲେ। ଏଣୁ ପ୍ରସଙ୍ଗରେ ବିଶେଷ ଆଲୋଚନା କରିନଥିଲେ। ହେଲେ ଏବେ କ୍ୟାପ୍ଟେନ ତାଙ୍କ ଦଳର ନାମ ଘୋଷଣା କରିସାରିଥିବାରୁ ଆଗକୁ ସଦସ୍ୟଙ୍କ ନାମ ମଧ୍ୟ ଧିରେ ଧିରେ ଆସିଯିବ ବୋଲି ସେ କହିଛନ୍ତି। ଆଗାମୀ ବର୍ଷ ପ୍ରାରମ୍ଭରେ ପଞ୍ଜାବ ବିଧାନସଭା ନିର୍ବାଚନ। ଏଣୁ ଅମରିନ୍ଦରଙ୍କ ପାର୍ଟି ଅନ୍ୟ ରାଜନୈତିକ ଦଳ ସହ କାନ୍ଧକୁ କାନ୍ଧ ମିଳାଇ ଲଢିବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ