Masthead

ଅର୍ଡର କ୍ୟାନସଲ କରି ୪୫ ହଜାର ଗଣିଲା ଆମାଜନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କନର୍ଫମ ଅର୍ଡର କ୍ୟାନସଲ କରିବା ପଡିଲା ଭାରୀ । କଷ୍ଟମର କରିଥିବା ଅର୍ଡରକୁ କ୍ୟାନସଲ କରିବା ଆମାଜନକୁ ମହଙ୍ଗା ପଡିଛି । ଏଥିପାଇଁ ଆମାଜନକୁ ଓଡ଼ିଶା ଉପଭୋକ୍ତା ଆୟୋଗ ତରଫରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଆମାଜନକୁ ୪୫ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉପଭୋକ୍ତା ଆୟୋଗ । ଲ’ ଛାତ୍ର ସୁପ୍ରିୟ ରଞ୍ଜନ ମହାପାତ୍ର ଲାପଟପ-ପାଇ ୧୯୦ ଟଙ୍କାରେ ଆମାଜନରୁ ଅର୍ଡର କରିଥିଲେ । ସେହି ଲାପଟପର ଦାମ ପ୍ରକୃତରେ ୨୩,୪୯୯ ଟଙ୍କା । ମାତ୍ର ଆମାଜନରେ ଏହା ୧୯୦ ଟଙ୍କାରେ ଉପଲବ୍ଧି ହେଉଥିଲା ।

ପରେ ସୁପ୍ରିୟ ଏହାକୁ ଅର୍ଡର କରିଥିଲେ । ଅର୍ଡର କରିବାର ୨ଘଣ୍ଟା ପରେ ଏହା କ୍ୟାନସଲ ହୋଇଯାଇଥିଲା । ଏଥିପାଇଁ ସୁପ୍ରିୟ ଆମାଜନକୁ ଆଇନଗତ ନୋଟିସ ପଠାଇଥିଲେ । ଜିଲ୍ଲା ଫୋରମରେ ଅଭିଯୋଗ କରିଥିଲେ । ଓଡ଼ିଶା ଉପଭୋକ୍ତା ଆୟୋଗ ଏଥିପାଇଁ ୪୦ ହଜାର ଟଙ୍କା କମ୍ପେନସେସନ ଓ ୫ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ