Masthead

ରାସ୍ତାର ସୁବିଧା ନଥିବାରୁ ପହଞ୍ଚିପାରୁନି ଆମ୍ବୁଲାନ୍ସ

ଲାଞ୍ଜିଗଡ(ବଡ଼ ଖବର ବ୍ୟୁରୋ): ଗାଁରେ ବାଧକ ସାଜିଛି ରାସ୍ତା । ସ୍ୱାଧୀନତାର ୭୬ବର୍ଷ ପରେ ବି ଆଜି ଗାଁକୁ ନାହିଁ ଭଲ ରାସ୍ତା । ଯାତାୟତର ସୁବିଧା ନଥିବାରୁ ଗାଁକୁ ପହଞ୍ଚିପାରିନାହିଁ ଆମ୍ବୁଲାନ୍ସ । ଏଥି ଯୋଗୁଁ ୬ କିଲୋମିଟର ଦୂର ପାଦରେ ଚଲେଇ ଚଲେଇ ଜଣେ ରୋଗୀଙ୍କୁ ନିଆଯାଇଥିବା ଚିତ୍ର ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଉପାନ୍ତରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାଳିଯୁବାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟୁରିସିମେଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଏହି ଗାଁରେ ପ୍ରାୟ ୩୫ ଘର ୧୮୦ ଜନସଂଖ୍ୟା ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାବେଳେ ଗୁନ୍ଦୁଲି ମାଝୀ ନାମ୍ନୀ ଜଣେ ମହିଳା ଗତ ମାସ ୬ ତାରିଖରେ ସ୍ୱାଭାବିକ ଭାବରେ ଘରେ ହିଁ ପ୍ରସବ ହୋଇଥିଲେ । ତା’ ପରଦିନ ଲାଞ୍ଜିଗଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ଗୁନ୍ଦୁଲି । ଡାକ୍ତରଙ୍କ ପରାମର୍ଶ ପରେ ସବୁ ସ୍ୱାଭାବିକ ଥିବାରୁ ଘରକୁ ଚାଲି ଆସିଥିଲେ । ସୂଚନା ମୁତାବକ ଏହି କିଛି ମାସ ପରେ ସ୍ତନରେ ଘା’ ହୋଇ ଦେହକୁ ଅସୁସ୍ଥ କରିଦେବାରୁ ହସ୍ପିଟାଲକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ଯୋଗାଯୋଗ କରିବାରୁ ବିଶ୍ୱନାଥପୁର, ଲାଞ୍ଜିଗଡ ଗାଡି ଅନ୍ୟ ରୋଗୀଙ୍କୁ ନେବାରେ ବ୍ୟସ୍ତ ଅଛି ଆପଣ ଚାହିଁଲେ ନିଜେ ଗାଡି ଭଡ଼ା କରି ନେଇପାରିବେ ବୋଲି ଶୁଣିବାକୁ ପାଇଥିଲେ । ତେବେ ନିଜ ପାଖରେ ଅର୍ଥଭାବ ଯୋଗୁଁ ମା’ ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଳୟ ବଙ୍କାକୁଣ୍ଡୁରୁର ମ୍ୟାନେଜର ଚିତ୍ତରଞ୍ଜନ ନନ୍ଦଙ୍କୁ ପରିବାର ଲୋକେ ଗାଡ଼ିର ସହଯୋଗ ମାଗିବାରୁ ଗାଡ଼ି ଦେଇଥିଲେ । ହେଲେ ଦୁଃଖର ବିଷୟ ଯେ ରାସ୍ତା ଯୋଗୁଁ ରୋଗୀଙ୍କ ଗାଁକୁ ପହଞ୍ଚି ପାରିନ ଥିଲା ଗାଡ଼ି କ୍ଷ ତେଣୁ ବାଧ୍ୟ ହୋଇ ଛଅ କିଲୋମିଟର ପାଦରେ ଚାଲି ଚାଲି ଗାଡ଼ି ପାଖକୁ ରୋଗୀଙ୍କୁ ପହଞ୍ଚେଇଥିଲେ ପରିବାର ଲୋକେ ।

ଟୁରିସେମେଲ ଗାଁ ରେ ଭଲ ରାସ୍ତା ଟିଏ ନଥିବାରୁ ବାରମ୍ବାର ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ପ୍ରଶାସନକୁ ଜଣେଇଲାପରେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ମତ ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ ରାସ୍ତା ଖଣ୍ଡେ ଯୋଗାଇ ଦେବାକୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ କୁଞ୍ଜ ମାଝୀ,ଶିବରାମ ନାଏକ,ମାଳି ମାଝୀ,ରତ୍ନ ମାଝୀଙ୍କ ସମେତ ଗ୍ରାମବାସୀମାନେ ଗୁହାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି