Before Header

୨୦୨୪ସାଧାରଣ ନିର୍ବାଚନ, ବରୀରେ ନୂଆ ଟ୍ୱିଷ୍ଟ

0 87

ବରୀ (ବଡ଼ ଖବର ବ୍ୟୁରୋ): ୨୦୨୪ ସାଧରଣ ନିର୍ବାଚନକୁ ଆଉ କେଇ ମାସ ଥିବା ବେଳେ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳର ମାଳ ମାଳ ପ୍ରାର୍ଥୀ ଆରମ୍ଭ କଲେଣି ସମରସଜ୍ଜା । କିଏ ଟିକେଟ ପାଇଁ ଲବି କଲାଣି ତ କିଏ ଟିକେ ପାଇଁ ମୁଁ ଏକା ଦାବିଦାର ବାଲି ଘାଷଣା କଲାଣି । ତେବେ ଗତ ୨୦୧୯ ନିର୍ବାଚନ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ଯେପରି ରାଜନୈତିକ ଗୋଟି ଚାଳନା ହୋଇଥିଲା ଏଥର ୨୦୨୪ସାଧାରଣ ନିର୍ବାଚନ ରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏକଦା ୨୦୦୦ ମସିହା ଠାରୁ ଅଣ କଂଗ୍ରେସ ଗଡ ଭାବେ ଦୀର୍ଘ ବର୍ଷ ଧରି ଶାସକ ବିଜୁ ଜନତା ଦଳ ହାତରେ ବରୀ ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ୨୦୦୦ ମସିହାରୁ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ବିଜେଡିର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଦଳ ଦେବାଶିଷଙ୍କୁ ଟିକେଟ ନ ଦେଇ ଏକଦା ଦେବାଶିଷଙ୍କ ବିରୋଧୀ ତଥା ବିଜେପି ନେତା ବିଶ୍ୱ ମଲ୍ଲିକଙ୍କ ଅନୁଗାମୀ ଦେବେନ୍ଦ୍ର ଦାସଙ୍କ ପତ୍ନୀ ତଥା ବରୀ ବ୍ଲକ ଅଧକ୍ଷା ଥିବା ସୁନନ୍ଦା ଦାସ ଙ୍କୁ ବିଜେଡି ଆମଦାନୀ କରି ବିଧାୟିକା ଭାବେ ନିର୍ବାଚନ ବୈତରଣୀ ପାର କରାଇ ଦଳ ମୁଖିଆଙ୍କୁ ସନ୍ତୁଷ୍ଟି କରିଥିଲେ ।

 

ମାତ୍ର ୪ଥରର ବିଧାୟକ ଦେବାଶିଷଙ୍କୁ ୨୦୧୯ ମସିହାରେ ଟିକେଟ ମିଳିନଥିଲେ ମଧ୍ୟ ଦେବାଶିଷ ସୁନନ୍ଦାଙ୍କୁ ସହଯୋଗ କରିନଥିଲେ କି ବିରୋଧ ମଧ୍ୟ କରିନଥିଲେ । ତେବେ ୪ ବର୍ଷର ନିରବତା ପରେ ପୁଣି ଦେବାଶିଷ ବରୀରେ ବିଭିନ୍ନ ସାମାଜିକ କାର୍ଯ୍ୟ ବିଭାଘର ଭାଜି ଆଦିରେ ବୁଲୁଥିବା ଦେଖିବାକୁ ମିଳିଥିବାବେଳେ ଚଳିତ ରଜ ପର୍ବରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦେବାଶିଷ ନାୟକ ଯୋଗ ଦେଇ ମୁଁ ବରୀରୁ ଏଥର ନିର୍ବାଚନ ଲଢ଼ିବାକୁ ପୂର୍ଣ୍ଣ ପ୍ରସ୍ତୁତ ବାଲି ବିଭିନ୍ନ ଗଣମାଧ୍ୟମ ରେ ବିବୃତି ଦେବା ପରେ ବରୀ ରାଜନୀତି ସରଗରମ ହୋଇଉଠିଛି । ବରୀ ର ଅନ୍ୟତମ ନେତା ଭାବେ ବିଶ୍ୱରଂଜନ ମଲ୍ଲିକ ୨୦୧୨ମସିହା ଠାରୁ ବିଜେଡି ବିଧାୟକ ଦେବାଶିଷ ନାୟକଙ୍କୁ ବିରୋଧ କରି ୨୦୧୪ମସିହାରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ପରାଜୟ ହାଇଥିବା ବେଳେ ପୁର୍ନବାର ୨୦୧୯ରେ ଭାରତୀୟ ଜନତା ପାର୍ଟିରୁ ଟିକେଟ ପାଇ ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ଠାରୁ ମାତ୍ର ଅଳ୍ପ ବ୍ୟବଧାନରେ ପରାଜିତ ହାଇଥିଲେ ।

ମାତ୍ର ବିଶ୍ୱ ଏବେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଯାହାକି ବରୀ ରାଜନୀତି ଏକ ପ୍ରକାର ଗୋଳିଆ ହାଇଥିବା ଦେଖିବାକୁ ମିଳିଛି ସେ ଯାହାବି ହେଉ ଏହି ଗୋଳିଆ ରାଜନୀତି ଭିତରେ ଏକାଧିକ ଆଶାୟୀ ୨୦୨୪ ନିର୍ବାଚନକୁ ଆହୁରି ଉଷ୍ଣ କରିବ ବୋଲି କୁହାଯାଉଛି ।୨୦୧୯ ନିର୍ବାଚନ ଭଳି ୨୦୨୪ ରେ ବରୀ ରେ କିଛି ଚମକ୍ରାର ହେବ ବାଲି ଏବେଠାରୁ ଚା ଖଟି ରେ ଆଲୋଚନା ହେଉଛି । ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ରୁ ଏକାଧିକ ଆଶାୟୀ ନିଜର ପ୍ରଚାର ପ୍ରସାର କ୍ଷେତ୍ରରେ ଆଗକୁ ବଢ଼ିଲେଣି । ୨୦୧୯ରେ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ବିଧାୟିକା ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କହୁଥିବା ବେଳେ ୨୦୧୯ରେ ବିଜେପି ପ୍ରାର୍ଥୀ ହାଇଥିବା ବିଶ୍ୱରଞ୍ଜନ ମଲ୍ଲିକ ଏବେ ପଦ୍ମ ପାଖରୀରୁ ଉଠି ଶଙ୍ଖ ଫୁଙ୍କିଛନ୍ତି ସମାନ ନୀତିରେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ହୋଇଥିବା ଉମେଶ ଜେନା ଏବେ ହାତ ଦଳ ଛାଡ଼ି ପଦ୍ମ ପାଖରୀରେ ବୁଡ଼ ପକାଇଛନ୍ତି । ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଲଢିଥିବା ତିନି ଜଣ ପୁନର୍ବାର ୨୦୨୪ ସାଧାରଣ ନିର୍ବାଚନ ରେ ଲଢ଼ିବା ସ୍ପଷ୍ଟ ମାତ୍ର କିଏ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହା ଅନିଶ୍ଚିତ ହାଇପଡ଼ିଛି । ବର୍ତ୍ତମାନ ର ବିଧାୟିକା ସୁନନ୍ଦା ଦାସ୨୦୧୯ ରେ ବିଜେପି ଛାଡ଼ି ବିଜେଡି ର ପ୍ରାର୍ଥୀ ହୋଇ ବିଜୟ ହାଇଥିଲେ ସୁନନ୍ଦା ନିଜର ବୁଦ୍ଧି ଏବଂ ତାଙ୍କ ସ୍ୱାମୀ ଦେବେନ୍ଦ୍ରଙ୍କ ଚତୁର ଗୋଟି ଚାଳନା ବଳରେ ଜନସମ୍ପର୍କ ଦୃଢ଼ କରିପାରିଥିଲେ ହେଁ ନିଜ ନିର୍ବାଚନ ମଣ୍ଡଳୀରେ ଆଖି ଦୃଷ୍ଟିଆ କୌଣସି ବିକାଶ କରିପାରିନାହାଁନ୍ତି । ଏପରିକି ବରୀବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ଶିକ୍ଷା ବ୍ୟବସ୍ଥା ଗମନା ଗମନ ବ୍ୟବସ୍ଥା ରେ ସୁଦ୍ଧାର ଆଣିବାରେ ଅକ୍ଷମତା ପ୍ରକାଶ କରିଥିବା ନଜିର ରହିଛି ।

ପୂର୍ବତନ ବିଧାୟକ ଦେବାଶିଷ ନାୟକ ଯେପରି ବରୀରେ ବିକାଶ କରିଥିଲେ ମାତ୍ର ଏକ ତୃତୀୟାଂଶ ବିଧାୟିକା ସୁନନ୍ଦା ଦାସ କରି ପରିନାହାନ୍ତି ବାଲି ସାଧାରଣ ରେ ଆଲୋଚନା ହେଉଛି । ଏପରିକି ଆଜି ବି ବରୀ ବିଞ୍ଝାରପୁର ରାସ୍ତା ର ରତଳାଙ୍ଗ ସେତୁ ଅଧାପାନ୍ତିଆ ହୋଇ ରହିଥିବା ବେଳେ ବିଧାୟିକାଙ୍କ ଘର ନିକଟ କଳାମାଟିଆ ମଧୁସୂଦନ ପୁରକୁ ହେଉଥିବା ସେତୁ ଦୀର୍ଘ ବର୍ଷ ହେବ ନିର୍ମାଣ ଚାଲୁଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଉଛି ସୁନନ୍ଦାଙ୍କ ପାଇଁ ଏବେ କାଳେ ବିଶ୍ୱ ରଞ୍ଜନ ମଲ୍ଲିକ ଯେବେ ଠାରୁ ବିଜେପି ଛାଡ଼ି ବିଶ୍ୱ ବିଜେଡି ଦଳରେ ଯୋଗ ଦେଲେଣି ସେବେ ଠୁ ସୁନନ୍ଦାଙ୍କୁ କାଳ ପଡ଼ିଲାଣି ବୋଲି ଲୋକେ କହୁଛନ୍ତି । ଯାହାର ସଦ ଉଦାହରଣ ୨୦୨୨ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ବିଧାୟିକା ଥାଇ ସୁନନ୍ଦାଙ୍କ ହାତରୁ ବରୀ ପଂଚାୟତ ସମିତି ଖସି ଯାଇ ବିଶ୍ୱଙ୍କ ଚତୁର ଗୋଟି ଚାଳନା ରେ ପଞ୍ଚାୟତ ସମିତି ଦଖଲ ହାଇଛି । ଯାହାକି ବର୍ତ୍ତମାନ ବିଶ୍ୱଙ୍କ ହାତରେ ବରୀ ପଞ୍ଚାୟତ ସମିତି ରହିଛି ।

ବିଶ୍ୱ କାଳେ ବିଜେପି ଛାଡି ବିଜେଡିରେ ମିଶିବା ପରେ ୨୦୨୪ପାଇଁ ବିଶ୍ୱ ବରୀ ରୁ ବିଜେଡି ରୁ ପ୍ରାର୍ଥୀ ହେବେ ବାଲି ଦଳର ଶୀର୍ଷ ନେତୃତ୍ୱ ପ୍ରତିଶ୍ରୁତି ଦେଇଛନ୍ତି ଯାହାକି ସୁନନ୍ଦାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଫଳରେ ବରୀ ରେ ବିଜେଡି ଦୁଇ ଭାଗ ହାଇଯାଇଥିବା ବେଳେ ବରୀର ବିକାଶ ଏକ ପ୍ରକାର ଠପ୍ ହାଇଯାଇଛି । ଯାହାକି ସାଧାରଣ ଜନତା ବିଧାୟିକାଙ୍କୁ ଦାୟି କରୁଛନ୍ତି । ୨୦୨୯ରେ ବିଶ୍ୱଙ୍କ ଠାରୁ ସୁନନ୍ଦା ମାତ୍ର ୪ହଜାର ଭୋଟ ବ୍ୟବଧାନରେ ବିଜୟ ହାଇଥିଲେ ଯାହାକି ବରୀ ବିଜେପିକୁ ଦୁର୍ବଳ କରିବା ଲାଗି ବିଜେଡି ସାଂଗଠାନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସଙ୍କ ଉଦ୍ୟମ ରେ ବିଜେପି ନେତା ବିଶ୍ୱ ମଲ୍ଲିକଙ୍କୁ ବିଜେଡିକୁ ଆମଦାନୀ କରିଥିଲେ । ତେବେ ବିଜେଡି ଟିକେଟର ଲାଭ ଦେଖାଇ ବିଶ୍ୱଙ୍କୁ ବିଜେଡି ଆମଦାନୀ କରିଥିବା ଲାକେ କହୁଥିବା ବେଳେ ୨୦୨୪ରେ ବିଶ୍ୱ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଯଥେଷ୍ଟ ସମ୍ଭାବନା ରହିଛି ତେବେ ଏପରି ହେଲେ ସୁନନ୍ଦାଙ୍କ ରାଜନୀତି ଭବିଷ୍ୟତ କଣ ହେବ? ତେବେ ୨୦୨୪ ରେ ବିଜେଡିରୁ ନିର୍ବାଚନ ଲଢ଼ିବାକୁ ଆଶା ବାନ୍ଧିଥିବା ପ୍ରାର୍ଥୀଙ୍କୁ ଯଦି ବିଜେଡି ଥଇଥାନ ନ କରେ ତେବେ ବରୀରେ ବିଜେଡିର ଅବସ୍ଥା ଶୋଚନୀୟ ହୋଇ ପଡ଼ିବ ଏଥିରେ ସନେ୍ଦହ ନାହିଁ । ସେହିପରି ୨୦୧୯ ରେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ହୋଇଥିବା ଉମେଶ ଏବେ ବିଜେପିରେ ଯୋଗ ଦେଇଛନ୍ତି । ବିଶ୍ୱ ବିଜେପି ଛାଡ଼ିବା ପରେ ବିଜେପି ଏକ ପ୍ରକାର ଧରାଶାୟୀ ହାଇଯାଇଥିବା ବେଳେ ଉମେଶ ଙ୍କ ଯାଗଦାନ ବିଜେପି କୁ ପୂର୍ଣ୍ଣଜନ୍ମ ଦେଇଛି ।

ବିଜେଡିର ଗୋଷ୍ଠୀ କନ୍ଦଳ ବିଜେପିର ପାରମ୍ପରିକ ଭୋଟ ବ୍ୟାଙ୍କ ହିଁ ଉମେଶଙ୍କ ସମ୍ୱଳ ହେବ ବାଲି କୁହାଯାଉଛି । ତେବେ ବିଜେପିର ଉମେଶକୁ ଛାଡ଼ିଦେଲେ ସେମିତି କେହି ଦାବିଦାର ନଥିବା କୁହାଯାଉଥିବା ବେଳେ ଉମେଶ କିନ୍ତୁ ତାଙ୍କର ସଂଗଠନକୁ ସୁଦୃଢ କରିବାକୁ ପ୍ରାଣ ପୃଣା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ସୁନନ୍ଦା ବିଶ୍ୱଙ୍କ ମିଳିତ ବାହିନୀକୁ ଉପଯୋଗ କରିବା ପରେ ବିଜେଡି ୫୭ ପ୍ରତିଶତ ଭୋଟ ପାଇଥିଲା । ଅପରପକ୍ଷେ ବିଜେପି ନେତୃତ୍ୱ ସମ୍ୱଳ ଅଭାବ ସତ୍ୱେ ୨୯ ପ୍ରତିଶତ ଭୋଟ ପାଇଥିଲା ବେଳେ ଉମେଶଙ୍କ ନେତୃତ୍ୱରେ କଂଗ୍ରେସ ୧୪ ପ୍ରତିଶତ ଭାଟ ପାଇଥିଲା । ଏବେ ଉମେଶ ବିଜେପିରେ ଯୋଗଦେବା ପରେ ଅଣ ବିଜେଡି ଭୋଟ ୪୩ ପ୍ରତିଶତ ହାଇଛି । ତେବେ ବିଜେଡି ର ଗାଷ୍ଠୀ କନ୍ଦଳ ଆଶାୟୀଙ୍କୁ ଥଇଥାନ ଯଦି ନ ହୁଏ ତେବେ ବିଜେପି ବାଜି ମାରିନେବ ବାଲି ରାଜନୀତି ପଣ୍ଡିତମାନେ ମତ ଦେଇଛନ୍ତି ।

ସେହିପରି ଉମେଶ ଜେନା କଂଗ୍ରେସ ଛାଡ଼ିବା ପରେ ବରୀ କଂଗ୍ରେସ ଏକ ପ୍ରକାର ଧରାଶାୟୀ ହୋଇଯାଇଛି । ଉମେଶଙ୍କ ପାଇଁ କାମ କରୁଥିବା ବରୀ ଅଞ୍ଚଳ ର ଯୁବକ ଅମରେଶ ପରିଡ଼ା ଉମେଶ କଂଗ୍ରେସ ଛାଡ଼ିବା ପରେ ଉମେଶଙ୍କ ସ୍ଥାନ ନେବାକୁ ପ୍ରାଣ ପୃଣା ଉଦ୍ୟମ କରୁଥିବା ବେଳେ ରାଜ୍ୟର ନେତାଙ୍କ ଉପରେ ବରୀ କଂଗ୍ରେସର ଭାଗ୍ୟ ବୋଲି ରାଜନୀତି ପଣ୍ଡିତମାନେ ମତ ଦେଇଛନ୍ତି । ତେବେ ୟାରି ଭିତରେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡିରୁ ଟିକେଟ ପାଇଁ ନିର୍ବାଚନ ଲଢ଼ିବାକୁ ଘାଷଣା କରିସାରିଲେଣି । ତେବେ ଦେବାଶିଷ ବାବୁ ଯଦି ବିଜେଡିରୁ ଟିକେଟ ନେବାକୁ ଆଶାୟୀ ହୁଅନ୍ତି ତବେ ବିଶ୍ୱ ସୁନନ୍ଦାଙ୍କ ରାଜନୀତି ଭବିଷ୍ୟତ କଣ ହେବ ଏବେ ଠୁ ପ୍ରଶ୍ନ ଉଠିଲାଣି ? କାରଣ ଦେବାଶିଷଙ୍କ ସହ ବିଜେଡି ସୁପ୍ରିମା ନବୀନ ପଟ୍ଟନାୟକଙ୍କ ପାରିବାରିକ ସମ୍ପର୍କ ରହିଛି । ଯଦି ୨୦୨୪ନିର୍ବାଚନ ପାଇଁ ଦେବାଶିଷ ଆଗ୍ରହୀ ହେବେ ତେବେ ବରୀ କାହାର ହେବ?

Leave A Reply

Your email address will not be published.