Masthead

ନୀତିଶଙ୍କ କାରକେଡ ପାଇଁ ଅଟକିଲା ଆମ୍ବୁଲାନ୍ସ, ବିପଦରେ ରୋଗୀର ଜୀବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ମନ୍ତ୍ରୀଙ୍କ କାରକେଡ ପାଇଁ ଅଟକିଲା ଆମ୍ବୁଲାନ୍ସ । ଏପରି ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରେ । ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାରକେଡ ପାଇଁ ଜଣେ ରୋଗୀକୁ ନେଇ ଯାଉଥିବା ଆମ୍ଭୁଲାନ୍ସକୁ ଅଟକାଇଥିଲା ପୋଲିସ । ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ରୋଗୀଙ୍କ ସମ୍ପର୍କୀୟ କାନ୍ଦି କାନ୍ଦି କାକୁତି ମୀନତି ହୋଇ ଆମ୍ବୁଲାନ୍ସକୁ ଛାଡିଦେବାକୁ ନିବେଦନ କରିଥିଲେ ।

କିନ୍ତୁ ସିଏମ୍‌ଙ୍କ କାରକେଡ ନଯିବା ପର୍ଯ୍ୟନ୍ତ ପୋଲିସ ଆମ୍ଭୁଲାନ୍ସକୁ ଅଟକାଇ ରଖିଥିଲା । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ବିଜେପି ନୀତିଶ କୁମାରଙ୍କୁ ଟାର୍ଗେଟ କରିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବିୟ ଏକ ଭିଡିଓ ସେୟାର କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ନୀତିଶ କୁମାରଙ୍କ ସମ୍ବେଦନହୀନତା ଦେଖନ୍ତୁ ।

ତାଙ୍କ କାରକେଡର ଗତି ନକମିବା ପାଇଁ ସେ କାହାର ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଇପାରନ୍ତି । ଯେଉଁଠାରେ ମୋଦୀ ଜୀ ଅନେକଥର ତାଙ୍କ କାରକେଡକୁ ଅଟକାଇ ଆମ୍ଭୁଲାନ୍ସକୁ ଯିବାକୁ ଦେଇଛନ୍ତି । ନୀତିଶବାବୁ ଆମ୍ଭୁଲାନ୍ସରେ କାନ୍ଦୁଥ୍‌ôବା ପରିବାର ବିଷୟରେ ଆଦୌ ଭାବିନଥିଲେ । ଦୁର୍ନୀତିଗ୍ରସ୍ତ ଏବଂ ସମ୍ବେଦନଶୀଳ ଲୋକଙ୍କ ଅହଂକାରର ଏହା ହେଉଛି ସତ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ