Masthead

ପୂର୍ବାହ୍ନରେ ରାଜ୍ୟ ବିଜେପି ନେତାଙ୍କ ସହ ଅମିତ ଶାହାଙ୍କ ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟ ଉପରେ ହିଁ ସଭିଙ୍କ ଆଖି। ଆଉ ନାହିଁ ହୋହାଲ୍ଲା, ନାହିଁ ନାରାବାଜି । ଟିକେଟ ଲବିରେ ଅଚାନକ ଯେମିତି ତାଲା ପଡିଯାଇଛି। ସପ୍ତାହକ ଭିତରେ ସବୁକିଛି ବଦଳିଯାଇଛି। ମେଣ୍ଟ ଚର୍ଚ୍ଚା ଜୋର ଧରିଛି । ନେତା, କର୍ମକର୍ତ୍ତା ସବୁ ଉପରକୁ ଅନେଇ ବସିଛନ୍ତି। ଏବେ ସମସ୍ତଙ୍କ ପ୍ରଶ୍ନ ବିଜେଡି – ବିଜେପି ଭିତରେ ମେଣ୍ଟ ହେବ କି ନାହିଁ। କିଏ କେଉଁ ଆସନରୁ ଲଢ଼ିବେ। ଟିକେଟ ମିଳିବ କି ନାହିଁ। ରାଜନୈତିକ ଭବିଷ୍ୟତ କ’ଣ ହେବ? ଏସବୁର ଉତ୍ତର କେହି ଦେଉନାହାନ୍ତି।

ଏମିତି ଅଦ୍ଭୁତ ସ୍ଥିତିକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ । ପୂର୍ବାହ୍ନରେ ରାଜ୍ୟ ବିଜେପି ନେତାଙ୍କ ସହ ଅମିତ ଶାହାଙ୍କ ବୈଠକ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ବିଜେପି ନେତୃତ୍ୱଙ୍କ ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର । ଆସନ୍ତା ନିର୍ବାଚନରେ ଦଳ ଏକାକୀ ଲଢିବ ନା ବିଜେଡି ସହ ମେଣ୍ଟ କରି ମୈଦାନକୁ ଓହ୍ଲାଇବ ଏନେଇ ଚୂଡାନ୍ତ ନିଷ୍ପତି ନେବେ ଦଳର ଶୀର୍ଷ ନେତା । ଏହାପୂର୍ବରୁ ଗତ ଦୁଇ ଦିନ ହେବ ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ସରିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ପ୍ରମୁଖ ନେତା ମାନେ ସାମିଲ ହୋଇଥିଲେ । ଉଭୟ ବିଜେପି-ବିଜେଡିର ଶୀର୍ଷ ନେତୃତ୍ୱ ମେଣ୍ଟ ନେଇ ଏପର୍ଯ୍ୟନ୍ତ ପଦୁଟିଏ କହୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ