Before Header

ତିନି ନେତାଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡି ବିଜେପିରେ ସାମିଲ

0 1,183

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ) : ଥମୁନି ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା । ସେପଟେ ବଢି ଚାଲିଛି ଦଳ ଡିଆଁ ପର୍ବ । ଏଥର ବଦଳିବ ବାଲେଶ୍ୱର ଜିଲ୍ଲା ରାଜନୀତି ସମୀକରଣ । ପଦ୍ମ ଧରିଲେ ଜଳେଶ୍ଵର ବିଜେଡିର ବହିଷ୍କୃତ ତିନି ନେତା ବ୍ରଜମୋହନ , କାଳିଚରଣ , ଚନ୍ଦନ । ତିନି ନେତାଙ୍କ ସମେତ ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ଛାଡିଛନ୍ତି ଶଙ୍ଖ, ଧରିଛନ୍ତି ପଦ୍ମ । ବ୍ରଜ ଙ୍କ ନେତୃତ୍ବରେ ଜଳେଶ୍ଵରରୁ ୪୫୦ ଜଣ ବିଜେଡିର ଆଗ ଧାଡି ନେତା ଓ କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ଯାହା ବିଜେଡିକୁ ବଡ଼ ଝଟକା ।

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ହୋଇଛି ମିଶ୍ର ପର୍ବ । ସେପଟେ ବ୍ରଜମୋହନ ପ୍ରଧାନଙ୍କ ସ୍ତ୍ରୀ ମଞ୍ଜୁବାଳ ପ୍ରଧାନ ଯିଏ ପୂର୍ବତନ ଜିଲ୍ଲା ପରିଷଦ ତଥା ବର୍ତ୍ତମାନର ସରପଞ୍ଚ ବି ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ତେବେ ସବୁଠାରୁ ବଡ଼ କଥା ବ୍ରଜମୋହନ ପ୍ରଧାନ ଦଳ ପରିବର୍ତ୍ତନ କରିବା ବିଜେଡି ପାଇଁ ଯେତିକି ଟେନସନ୍ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପାଇଁ ସେତିକି ଆଶ୍ୱସ୍ତି ମିଳିଥିବା ଚର୍ଚ୍ଚା ହେଉଛି ।

ସେପଟେ ସୋର ପୌର ପାଳିକାର ଅଧକ୍ଷ ମାଧବ ଧଡ଼ା ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନଥିଲା । ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି ମାଧବ ଧଡ଼ା । ସେ ଦିନେ ଦୁଇଦିନ ମଧ୍ୟରେ ବିଜେଡିରେ ମିଶିବେ । ମାଧବ ଧଡ଼ା ପୂର୍ବରୁ ବିଜେଡିରେ ଥିଲେ । ୨୦୧୯ ରେ ବିଜେଡି ତାଙ୍କୁ ବିଧାୟକ ଟିକେଟ ନ ଦେବାରୁ ମାଧବ ଧଡ଼ା ଶଙ୍ଖ ଛାଡି ପଦ୍ମ ଧରିଥିଲେ । ଦୀର୍ଘ ୫ ବର୍ଷ ପରେ ଘର ବାହୁଡ଼ା ହେବେ ମାଧବ ଧଡ଼ା ।

Leave A Reply

Your email address will not be published.