Masthead

ଆରମ୍ଭ ହେବ ‘ଆମ ହସ୍ପିଟାଲ’ ଯୋଜନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆରମ୍ଭ ହେବ ‘ଆମ ହସ୍ପିଟାଲ’ ଯୋଜନା । ରାଜ୍ୟର ଡାକ୍ତରଖାନା ଗୁଡିକର ହେବ ରୁପାନ୍ତରୀକରଣ । ’ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ଚିହ୍ନଟ ହୋଇଥିବା ଡ଼ାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି । ସରକାରଙ୍କର ୫ଟି ଅଧିନରେ ଜିଲ୍ଲାସ୍ତରୀୟ କମିଟି ସହାୟତାରେ ଜିଲ୍ଲାପାଳ ଏହି ଯୋଜନାକୁ କାର୍ୟ୍ୟକାରୀ କରିବେ ।

ପ୍ରଥମ ପର୍ୟ୍ୟାୟରେ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୁପାନ୍ତର ପାଇଁ ଚୟନ କରାଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ୫ଟି ରୁପାନ୍ତର ଯୋଜନାରେ ରହିବ । ଏହାସହ ରାଜ୍ୟର ୮ଟି ସହରାଞ୍ଚଳରେ ନୂଆ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ନେଇ ବିଜ୍ଞପ୍ତି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ବାଲେଶ୍ବର ଜିଲ୍ଲାର ସୋର, ଯାଜପୁର, ବ୍ୟାସନଗର, ମୟୁରଭଞ୍ଜର ରାଇରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଝୋଲା ସାହିରେ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପତିଷ୍ଠା କରାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ