Masthead

ଏପଟେ ମେୟର ନିର୍ବାଚନ, ସେପଟେ ଏଲଜି-ମୁଖ୍ୟମନ୍ତ୍ରୀ ଟୁଇଟର ଯୁଦ୍ଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ମେୟର ନିର୍ବାଚନ ଫଳାଫଳକୁ ନେଇ ରାଜଧାନୀ ଦିଲ୍ଲୀର ରଜନୀତ ସରଗରମ ଥିବା ବେଳେ ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କ ମଧ୍ୟରେ ଚାଲିଛି ଲଢେଇ । ବୁଧବାର ଦିଲ୍ଲୀରେ ଗୋଟିଏ ପଟେ ମେୟର ନିର୍ବାଚନ ହୋଇଥିବାବେଳେ ଅନ୍ୟପଟେ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଦେଖାଯାଇଥିଲା ଟୁଇଟର ଯୁଦ୍ଧ । ସର୍ବପ୍ରଥମେ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏଲଜି ବିନୟ ସକ୍ସେନାଙ୍କୁ ଟାର୍ଗେଟ କରି ଦିଲ୍ଲୀ ପୋଲିସର କାର୍ୟ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେଜ୍ରିୱାଲ ଟୁଇଟ୍ କରି କହିଛନ୍ତି, “ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଖରାପ ହୋଇଛି।

ଜାଣି ଖୁସି ଲାଗିଲା ଯେ ଏଲଜି ସାର୍ ଶେଷରେ ଆଇନ ଶୃଙ୍ଖଳା ଉପରେ ବୈଠକ କରିଛନ୍ତି । ଏଲଜି ସାର୍ ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ଉଚିତ୍। ଦିଲ୍ଲୀରେ ଆଇନ ଶୃଙ୍ଖଳାକୁ ନେଇ ଯଥା ଶୀଘ୍ର ବୈଠକ କରାଯିବା ଉଚିତ୍। ” କେଜ୍ରିୱାଲଙ୍କ ଟୁଇଟ୍ର ଜବାବରେ ଏଲଜି ଲେଖିଛନ୍ତି, “ମୁଖ୍ୟମନ୍ତ୍ରୀ ଜାଣି ଖୁସି ହେବେ ଯେ ମୁଁ ପ୍ରତି ସପ୍ତାହରେ ପୋଲିସ କମିଶନର / ସ୍ୱତନ୍ତ୍ର କମିଶନରଙ୍କ ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରେ। ଚ୍ୟାଲେଞ୍ଜ ସତ୍ତ୍ୱେ ଦିଲ୍ଲୀ ପୋଲିସ ପ୍ରଶଂସନୀୟ କାର୍ୟ୍ୟ କରୁଛି। ଆଶା କରୁଛି ଆପଣ ମଧ୍ୟ ଶିଖିବେ। “

ଏହା ପରେ କେଜ୍ରିୱାଲ ଏଲଜି ବିନୟ ସାକ୍ସେନାଙ୍କ ଟୁଇଟର ଉତ୍ତରରେ କହିଛନ୍ତି, “ମୁଁ ଆଶ୍ଚର୍ୟ୍ୟ ହେଇଛି ଯେ ଆପଣ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତିରେ ସନ୍ତୁଷ୍ଟ ଅଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଲୋକମାନେ ଅସୁରକ୍ଷିତ ଅନୁଭବ କରିବା ଆରମ୍ଭ କରି ଦେଇଛନ୍ତି। ଏହାର ଅର୍ଥ ହେଉଛି ଯାହା କରାଯାଉଛି ତାହା ଯଥେଷ୍ଟ ନୁହେଁ । ପ୍ରତିଦିନ ଦିଲ୍ଲୀର ଲୋକଙ୍କ କାମ ବନ୍ଦ କରି ରାଜନୀତି କରିବା ପରିବର୍ତ୍ତେ ଏହା ପ୍ରତି ଧ୍ୟ ନ ଦେବା ଉଚିତ । “

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି