Masthead

ରାଜ୍ୟସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ହାଇକୋର୍ଟ ବିଚାରପତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ହାଇକୋର୍ଟର ବିଚାରପତି । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରରେ । ବିହାର ସରକାରଙ୍କ ବିରୋଧରେ ପାଟନା ହାଇକୋର୍ଟର ୭ ଜଣ ବିଚାରପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କର ଆବେଦନ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ସରକାର ବିଚାରପତି ମାନଙ୍କର  ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ ଆକାଉଣ୍ଟ ବନ୍ଦ ଥିବା ଆବେଦନରେ ଦାବି କରାଯାଇଛି।

ତେବେ ଏହି ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଫେବୃଆରୀ ୨୪ ତାରିଖ ଶୁକ୍ରବାରକୁ ସ୍ଥିର କରିଛନ୍ତି। ଏହି ମାମଲାକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁ଼ଡଙ୍କ ଖଣ୍ଡପୀଠ ଆଗରେ ଆବେଦନ କରିଛନ୍ତି ୭ ଜଣ ବିଚାରପତି। ସୂଚନା ମୁତାବକ ନିକଟରେ ବିହାର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ପାଟନା ହାଇକୋର୍ଟର ୭ ଜଣ ବିଚାରପତିଙ୍କ ଜିପିଏଫ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ନେଇ ପାଟନା ହାଇକୋର୍ଟର ବିଚାରପତିମାନେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ଜଷ୍ଟିସ ଶୈଳେନ୍ଦ୍ର ସିଂ, ଅରୁଣ କୁମାର ଝା, ଜିତେନ୍ଦ୍ର କୁମାର, ଆଲୋକ କୁମାର ପାଣ୍ଡେ, ସୁନୀଲ ଦତ୍ତ ମିଶ୍ର, ଚନ୍ଦ୍ରପ୍ରକାଶ ସିଂ ଏବଂ ଚନ୍ଦ୍ରଶେଖର ଝାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି।

ଏହି ସମସ୍ତ ବିଚାରପତିଙ୍କୁ ଜୁନ୍ ୨୨ ରେ ଜୁଡିସିଆଲ୍ ସର୍ଭିସେସ୍ କୋର୍ଟରୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ତେବେ ଆବେଦନ କରିଥିବା ବିଚାରପତିମାନେ ପ୍ରଥମେ ଅର୍ଥାତ ୨୦୧୦ ମସିହା ଏପ୍ରିଲ ମାସରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ବିହାରର ସୁପରିୟର ଜୁଡିସିଆ ସିର୍ଭିସ ଅଧୀନରେ ଏମାନଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଇଥିଲା। ଗତବର୍ଷ ସମସ୍ତଙ୍କୁ ପଦୋନ୍ନତି ମିଳିବା ସହ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

ତେବେ ସୂଚନା ମୁତାବକ ଏହି ଜଜ ହାଇକୋର୍ଟର ବିଚାରପତି ହେବା ପରେ ସେମାନଙ୍କୁ ଗୋଟିଏ ଲେଖାଏ ଜିପିଏଫ ଆକାଉଣ୍ଟ ମିଳିଥିଲା। ସେମାନେ ମଧ୍ୟ ଏନପିଏସ୍‌ ଅର୍ଥକୁ ଉଠାଇ ଉକ୍ତ ଆକାଉଣ୍ଟରେ ଜମା କରିଥିଲେ। ତେବେ ଏମାନେ ଜିପିଏଫ ଆକାଉଣ୍ଟକୁ ଯେଉଁ ଅର୍ଥ ଟ୍ରାନ୍ସଫର କରିଛନ୍ତି, ତା’ର ଆଇନଗତ ଦିଗ ସମ୍ପର୍କରେ ଜଣାଇବାକୁ ଗତବର୍ଷ ନଭେମ୍ବର ମାସରେ ବିହାରର ଆକାଉଣ୍ଟ ଜେନେରାଲ ଦେଶର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା। ମନ୍ତ୍ରଣାଳୟ ମତାମତକୁ ଦୃଷ୍ଟିରେ ରଖି ବିହାର ସରକାର ଏହି ୭ ବିଚାରପତିଙ୍କ ଜିପିଏଫ ଆକାଉଣ୍ଟକୁ ବନ୍ଦ କରିଛନ୍ତି । ଯାହାକୁ ନେଇ ସେମାନେ ଏବେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ