ଆହତ ଅବସ୍ଥାରେ ବୁଲୁଛି ହାତୀ ଛୁଆ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଆହତ ଅବସ୍ଥାରେ ବୁଲୁଛି ହାତୀ ଛୁଆ । କେନ୍ଦୁଝର ଜିଲ୍ଲା ପାଟଣା ରେଂଜ ଅଞ୍ଚଳରେ ଗତ କିଛି ଦିନ ହେବ ଏକ ୨୯ଟିକିଆ ହାତୀ ପଲ ଘୁରି ବୁଲୁଛନ୍ତି। ବିଭିନ୍ନ ସମୟରେ ହାତୀ ପଲ ଗାଁ ମୁହାଁ ହେଉଥିବାରୁ ବନବିଭାଗ ହାତୀମାନଙ୍କ ଗତିପଥକୁ ନଜର ରଖିଛି। ତେବେ ଗତ କାଲି ଯମୁନାପଶି ଅଞ୍ଚଳରେ ବନବିଭାଗ ଥର୍ମାଲ ଡ୍ରୋନ୍ ମାଧ୍ୟମରେ ହାତୀମାନଙ୍କୁ ଟ୍ରାକ୍ କରୁଥିବା ବେଳେ ଏକ ଉଦ୍ଦବେଗ ଜନକ ଘଟଣା ଦେଖିବାକୁ ପାଇଛି।

ହାତୀ ପଲରେ ଥିବା ଗୋଟିଏ ଛୁଆ ହାତୀ ଆହାତ ଅବସ୍ଥାରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି। ଛୁଆ ହାତୀଟିର ଆଗ ପଟର ବାମ ଗୋଡ଼ରେ ଆଘାତ ଲାଗିଥିବା ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ଅନ୍ୟ ହାତୀମାନେ ଆହାତ ଛୁଆ ହାତୀଟିକୁ ସାଥୀରେ ଯାଉଥିବାର ଚିତ୍ର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବନବିଭାଗ ଘଟଣାକୁ ଗୁରୁତର ଭାବେ ନେବା ସହିତ ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ମନିଟରିଂ କରୁଛି। ତେବେ ଏହି ହାତୀ ପଲରେ ୧୨ଟି ମାଇ ହାତୀ ୧୧ଟି ପୁରୁଷ ହାତୀ ଓ ୬ଟି ଛୁଆ ହାତୀ ଥିବା ଜଣାପଡି ଥିବା ବେଳେ ଛୁଆ ହାତୀଟିର ତୁରନ୍ତ ଆରୋଗ୍ୟ ପାଇଁ ପୁରା ଜିଲ୍ଲା ବାସୀ କାମନା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ