Masthead

ମଡର୍ଣ୍ଣା ଟିକାକୁ ଆଜି ଅନୁମତି ଦେଇପାରେ ଡିସିଜିଆଇ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ଖୁବ ଶୀଘ୍ର ମିଳିବ ମଡର୍ଣ୍ଣା ଟିକା । ଫାର୍ମା କମ୍ପାନୀ ସିପଲା ଟିକା ଆମଦାନୀ ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆରୁ ଅନୁମତି ମାଗିଛି । ତେବେ ଡିସିଜିଆଇ ଏଥିପାଇର୍ ଅନୁମତି ଦେଇପାରେ । ଅନୁମତି ମିଳିଲେ ୧୮ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ତେବେ ମଡର୍ଣ୍ଣ ଟିକାର ମାନବ ପରୀକ୍ଷଣରେ ସଫଳତା ହାର ୯୪.୫% ରହିଛି । କେବଳ ଆମେରିକାରେ କମ୍ପାନି ପକ୍ଷରୁ ୩୦ ହଜାର ଲୋକଙ୍କ ଶରୀରରେ ଏହି ପରୀକ୍ଷା କରାଯାଇଥିଲା । ଏବଂ ଏଥିରେ ଯେଉଁ ସଫଳତାର ହାର ଆସିଲା ତାହା ସମସ୍ତଙ୍କୁ ଖୁସି କରିଦେଲା ।

କରୋନା ଟିକା ପ୍ରସ୍ତୁତ କରିବା ପାଇଁ ଆମେରିକା ସରକାର ମଡର୍ଣ୍ଣା କମ୍ପାନିରେ ୧ ବିଲିୟନ ଡଲାର ଅଥାତ୍ ସାଢେ ୭ ହଜାର କୋଟି ଟଙ୍କା ଗବେଷଣାରେ ଲଗାଇଥିଲେ । ଏହାଛଡା ୧୦ କୋଟି ଟିକା ପାଇଁ ୧୧ ହଜାର କୋଟି ଟଙ୍କା ଦେଇଛନ୍ତି ଆମେରିକା ସରକାର । ଟିକାର ସଫଳତା ହାର ୯୦ ପ୍ରତିଶତରୁ ଅଧିକ ରହିଛି । ମଡର୍ଣ୍ଣା ଟିକାର ଆଉ ଏକ ପ୍ରମୁଖ ଦିଗ ହେଉଛି ଏହାକୁ ଫାଇଜର ଟିକା ଭଳି ମାଇନସ୍ ୭୦ ଡିଗ୍ରୀ ସେଲସିୟସରେ ରଖିବାକୁ ପଡିବ ନାହିଁ । ତେଣୁ ଭାରତରେ ମଧ୍ୟ ଏହି ଟିକା ଉପଲବ୍ଧ ହେବାର ଅଧିକ ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ