ଠେଙ୍ଗାରେ ପିଟି ପୁତୁରାକୁ ମାରିଲା ଦାଦା

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ଜମିବାଡି ବିବାଦକୁ କେନ୍ଦ୍ରକରି ଠେଙ୍ଗାରେ ପିଟି ପୁତୁରାକୁ ମାରିଦେଲେ ଦାଦା ଓ ତାଙ୍କ ପରିବାର । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୁମୁଡ ଗାଁରୁ ଏଭଳି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ମୃତକ ମଳୟ କୁମାର ମୋଦି । କୁମୁଡ ଗାଁର ଗୋବିନ୍ଦ ଚନ୍ଦ୍ର ମୋଦି ଓ ପିତାମ୍ବର ମୋଦି ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି କୁନେଇ ବିବାଦ ରହିଥିଲା । ବିବାଦକୁ କେନ୍ଦ୍ରକରି ଶନିବାର ରାତିରେ ବଡଭାଇ ଗୋବିନ୍ଦ ଚନ୍ଦ୍ର ମୋଦିଙ୍କ ପୁଅ ମଳୟ ସହ ଭାଇ ପିତାମ୍ବର ମୋଦି ଓ ପୁତୁରା ଆଦିତ୍ୟନାଥ ମୋଦିଙ୍କ ସହ ଝଗଡା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ପିତାମ୍ବର , ଆଦିତ୍ୟ ଓ ଆଦିତ୍ୟଙ୍କ ଦୁଇ ବୋହୂ ଘେରିଯାଇ ମଳୟକୁ ଆକ୍ରମଣ କରିଥିଲେ । ଏକ ଠେଙ୍ଗା ପାହାର ମଳୟ ମୁଣ୍ଡକୁ ବାଜିବାରୁ ଗୁରୁତର ହୋଇ ସେ ତଳେ ପଡିଯାଇଥିଲେ । ଏହି ସମୟରେ ବାପା ଗୋବିନ୍ଦ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ମେଡିକାଲ ଠାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ସନ୍ଧ୍ୟାରେ ମଳୟଙ୍କ ମୃତଦେହ ଧରି ଫେରିବାପରେ ଗୋବିନ୍ଦ ନିଜ ସାନଭାଇ ପିତାମ୍ବର ଓ ତାଙ୍କ ପରିବାର ବିରୋଧରେ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ