ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆସନ୍ତାକାଲି ସେ କୋରାପୁଟ ଜିଲ୍ଲା ଗସ୍ତ କରିବେ। ଗସ୍ତ ସମୟରେ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ । ସୂଚନା ଅନୁଯାୟୀ, ସୁନାବେଡ଼ା HAL ୟୁନିଟ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।
ଏହି ଅବସରରେ ୟୁନିଟ୍ରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ HALର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । ପ୍ରତିରକ୍ଷା ଉତ୍ପାଦନ ଓ HAL ୟୁନିଟ୍ର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗସ୍ତ ଶେଷ କରି ଅପରାହ୍ନରେ ରାୟପୁର ଦେଇ ରାଜନାଥ ସିଂହ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।
