Masthead

ନୂଆ ତରିକାରେ ପଶୁ ଶିକାର

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଜନ୍ତୁ ଶିକାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଜନ୍ତୁ ଶିକାର ଉପରେ ରାଜ୍ୟ ବନ ବିଭାଗ କଟକଣା ଲଗାଇଛି । ମାତ୍ର ଶିକାରୀଙ୍କ ଉପରେ ପ୍ରଭାବ ପକାଇପାରୁନାହିଁ। ସାତକୋଶିଆ ଅଭୟାରଣ୍ୟରେ ପ୍ରଚୁର କୁଟୁରା, ହରିଣ,ବାରହା, ଦେଖିବାକୁ ମିଳିଥାନ୍ତି। ଅଭୟାରଣ୍ୟରେ ଖାଦ୍ୟାଭାବରୁ ବନ୍ପକ୍ସନ୍ତୁ ଗାଁ ମୁଁହା ହୋଇଥାନ୍ତି । ଫସଲ ଖାଇବା ବେଳେ ବିଦ୍ୟୁତତାର ମାଧ୍ୟମରେ ଶିକାର କରାଯାଇଥାଏ । ବେଳେବେଳେ କୋର ଏରିଆ ଭିତରେ ଫାସ ପକାଇ ଶିକାର କରାଯାଇଥାଏ। ଗୁଳି କରି ମଧ୍ୟ ଶିକାରୀମାନେ ଶିକାର କରବା ନଜରକୁ ଆସିଛି। କିନ୍ତୁ ଶିକାରୀମାନେ ଏବେ ଶିକାର ପାଇଁ ନୂତନ କୌଶଳ ଆପଣାଇଛନ୍ତି। ପୋଷା କୁକୁରକୁ ବ୍ୟବହାର କରି ଏବେ ଶିକାର କରିବା ଆରମ୍ଭ କରିଦେଲେଣି। ଶିକାରୀମାନେ ଏକାଧିକ ପୋଷା କୁକୁର ରଖି ସେମାନଙ୍କୁ ଶିକାର କରିବା ପାଇଁ ତାଲିମ ସେଉଛନ୍ତି । ଶିକାରୀକୁକୁର ଦଳଗତ ଭାବେ ଶିକାରକୁ କ୍ଷତବିକ୍ଷତ କରିବା ସହ ମାରି ଦିଅନ୍ତି। ଯାହା ଫଳରେ ଶିକାର କରିବା ସହଜ ହୋଇଯାଇଥାଏ।

ସାତକୋଶିଆ ଅଭୟାରଣ୍ୟର ପମ୍ପାସର, ପୁରୁଣାକୋର୍ଟ, ତିକରପଡା ଓ ଜିଲିଣ୍ଡା ରେଞ୍ଜରେ ବିଶେଷ ଭାବରେ ବନ୍ୟଜନ୍ତୁ ଶିକାର ହୋଇଥାଏ । ୨୦୧୯ ରେ ବାଘୁଣୀ ସୁନ୍ଦରୀ ଓ ମହାବୀର ସାତକୋଶିଆକୁ ଆସିବା ପରେ ବାଘଭୟ ଓ ଵନବିଭାଗର ତତ୍ପରତା ଯୋଗୁ ଶିକାର ସଂଖ୍ୟା କମିଥିଲା। ବାଘ ମାହାବୀର ଶିକାରୀ ଫାଶରେ ପଡି ମରିଥିଲା । ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଅଭିଯୋଗରେ ଏନକ୍ଲୋଜରେ ବନ୍ଦୀ ଜୀବନ କାଟୁଛି । ବନବିଭାଗ ଜନ୍ତୁ ଶିକାର, ମାଂସ କିଣାବିକା ଅଭିଯୋଗରେ ୨୦୧୯ ରେ ୨୭ ଜଣକଙ୍କୁ ଗିରଫ କରିଥିଲା । ୨୦୨୦ ଆଜି ସୁଦ୍ଧା ୪୧ ଜଣଙ୍କୁ ଗିରଫ କରାଯାଇଥିବା ବନବିଭାଗ ସୂଚନା ଦେଇଛି।

୨୦୧୯ରେ ଶିକାରୀକୁକୁର ବ୍ୟବହାର କରି ଗୋଟିଏ ଜନ୍ତୁ ଶିକାର ହୋଇଥିବା ବେଳେ ଚଳିତ ବର୍ଷ ୫ଟି ଜନ୍ତୁକୁ ଶିକାର କରି ବନବିଭାଗ ଦ୍ୱାରା ଗିରଫ ହୋଇଛନ୍ତି ଶିକାରୀ। ବିଶେଷ କରି ଜନ୍ତୁ ଶିକାର କରି ମାଂସ, ଛାଲ, ନଖ, ଶିଙ୍ଘ ବେଶ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି ଶିକାରୀ । ଗିରଫ କରାଯାଇଥିବା ଲୋକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି । କେହି କେହି ମଧ୍ୟ ଦୁଇ ଦୁଇ ଥର ଗିରଫ ହୋଇ ଜାମିନ୍ରେ ଆସି ପୁଣି ପୂର୍ବ ଧନ୍ଧା ଚଳାଇଛନ୍ତି । ସାତକୋଶିଆ କର୍ତ୍ତୃପକ୍ଷ କିଛି ମାତ୍ରାରେ ଲୋକଙ୍କୁ ଗିରଫ କରିପାରିଥିବା ବେଳେ ମାତ୍ରଧିକ ଶିକାର ହେଉଥିବା ଖବର ରହିଛି।

ଆଗାମୀ ସମୟରେ ଶିକାର ଉପରେ ଅଧିକରୁ ଅଧିକ କଟକଣା ଓ ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ସାତକୋଶିଆରେ ଶିକାରକୁ ରୋକିବା ଅସମ୍ଭବ ହୋଇପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା