Before Header

ସ୍ପଷ୍ଟ ହୋଇନାହିଁ ଅପହରଣର କାରଣ

0 35

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା ଅତାବିରା ରେଳ ଷ୍ଟେସନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଫେରିବା ବାଟରେ ରହସ୍ୟଜନକଭାବେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ଭେଡେନ ଥାନା ଦେଶଭଟଲି ପଞ୍ଚାୟତ ବିଶିପାଲି ଆନ୍ଧ୍ରପଡାର ବି. ହରିକ୍ରିଷ୍ଣା। ତେବେ ଶନିବାର ତାଙ୍କୁ ପୋଲିସ ଝାରସୁଗଡ଼ାରୁ ଠାବ କରିଛି। ତାଙ୍କୁ ଆଣିବା ପାଇଁ ଅତାବିରା ପୋଲିସ ଝାରସୁଗୁଡ଼ା ଯାଇଛି। ତାଙ୍କୁ ପଚରାଉଚରା ପରେ ନିଖୋଜ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ କହିଛନ୍ତି, ଏବେ ତାଙ୍କ ଡାକ୍ତରିମାଇନା ସରିଛି କ୍ଷ ଏଠାରେ ଉଲ୍ଲେଖନୀୟ, ଗୁରୁବାର ରାତିରେ ନିଖୋଜ ଯୁବକଙ୍କ ସ୍ତ୍ରୀ, ୫ମାସର ଶିଶୁପୁତ୍ର ଏବଂ ସମ୍ପର୍କୀୟମାନେ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ବିଶିପାଲି ଆନ୍ଧ୍ରପଡା ବାସଭବନକୁ ଫେରୁଥିଲେ। ନିଖୋଜ ଯୁବକ ସେମାନଙ୍କୁ ଆଣିବା ପାଇଁ ବାଇକ ଯୋଗେ ଅତାବିରା ରେଳ ଷ୍ଟେଶନକୁ ଯାଇଥିଲେ। ସ୍ତ୍ରୀ, ଶିଶୁପୁତ୍ର ଏବଂ ସମ୍ପର୍କୀୟଙ୍କୁ ଏକ କାର୍ ଯୋଗେ ସେ ଘରକୁ ପଠାଇଥିଲେ। କିନ୍ତୁ ସେ ବାଇକ ଯୋଗେ ଆଉ ଫେରି ନ ଥିଲେ। ଅନ୍ୟପକ୍ଷରେ ରେଳ ଷ୍ଟେସନ ରାସ୍ତା ନିକଟରେ ଥିବା ବିଲରୁ ତାଙ୍କ ବାଇକ, ଚପଲ, ହେଲମେଟ ଏବଂ ଏକ ଛୁରୀ ମିଳିଥିଲା। ଅତାବିରା ଥାନାରେ ନିଖୋଜ ଯୁବକଙ୍କୁ ଉଦ୍ଧାର ପରେ ପଚରାଉଚରା ଚାଲିଛି। ଯୁବକଙ୍କୁ ଅପହରଣ କରାଯାଇଥିବା ସ୍ପଷ୍ଟ କିନ୍ତୁ କାହିଁକି ତାଙ୍କୁ ଅପହରଣ କରାଯାଇଥିଲା ତାହା ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.