Masthead

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ) : ସୁବର୍ଣ୍ଣପୁରରେ ଦିନକୁ ଦିନ ବଢ଼ି ଚାଲିଛି ହାତୀ ଉପଦ୍ରବ । ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ହାତୀପଲ । ଏଥି ପାଇଁ ବିଭିନ୍ନ ସମୟରେ ଜନ ଜୀବନ ନଷ୍ଟ ହେବାର ନଜିର ରହିଛି । ବିଶେଷ କରି ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ବଢ଼ି ଚାଲିଛି । କିଛି ଦିନ ହେବ ଜଙ୍ଗଲୀ ହାତୀ ପଲ ଅନେକ ଚାଷ ଜମି କ୍ଷତି କରିବା ସହ ଘର ଦ୍ୱାର ଭାଙ୍ଗି ଦେଉଛନ୍ତି । ଗତକାଲି ବିଳମ୍ବିତ ରାତିରେ କୁତମେଣ୍ଡା ଗାଁର କୃଷ୍ଣ ଝରିଆଙ୍କ ଘର ହାତୀ ପଲ ଭାଙ୍ଗି ଦେଇଛନ୍ତି । ରାତିରେ ଶୋଇଥିବା ବେଳେ ହାତୀ ଆସି ହଠାତ ଘର ଭାଙ୍ଗି ଦେଇଥିଲା । ଘର କାନ୍ଥ ପଡି ଅଜା ନାତି ଗୁରତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖାଲି ଏମାନଙ୍କ ପରିବାର ନୁହେଁ କୂତମେଣ୍ଡା ଗାଁ ସହିତ ଆଖପାଖ ଅଞ୍ଚଳର ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ