Before Header

ସଂସଦରେ ସ୍ପିକରଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା , ଭିଡିଓ ହେଉଛି ଭାଇରାଲ

0 62

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ନିଜର କ୍ରୋଧ ଓ ଆଚରଣ ପାଇଁ ପୁଣଥରେ ପୁଣି ଥରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଆକ୍ରସର ଶିକାର ହୋଇଛନ୍ତି। ଏକ ଭାଇରାଲ ଭିଡିଓରେ ଜୟା ବଚ୍ଚନ ସଂସଦରେ ସ୍ପିକର ଜଗଦୀପ ଧନଖରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ଦେଖିବାକୁ ମଳିଛି। ଜୟା ବଚ୍ଚନ ତାଙ୍କ ବକ୍ତବ୍ୟ ପରେ ବହୁତ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳିଥିଲା । ସଂସଦରେ ତାଙ୍କର ଏପରି ବ୍ୟବହାର ପାଇଁ ସପା ସମାଲୋଚନାର ସମ୍ମୁଖିନ ହେବାକୁ ପଡିଛି। ସୂଚନା ମୁତାବକ ଭାଇରାଲ ଭିଡିଓ ଟି ହେଉଛି ସଂସଦରେ ବଜେଟ ଅଧିବେଶନ ସମୟର ।

ସେତେବେଳେ କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ଗୃହ କାର୍ଯ୍ୟରେ ବାଧା ଶୃଷ୍ଟି କରିବା ଓ ସଂସଦ ଅଧିବେଶନକୁ ଫୋନରେ ରାକୋର୍ଡ କରିବା ଅଭିଯୋଗରେ ଅଧିବାଶନର ଅଶିଷ୍ଟି ଦିନ ପାଇଁ ନିଲମ୍ବ୍ଖଚ୍ଛ କରାଯାିଥିଲା । ଏହାକୁ ବିରୋଧ କରିଥିଲେ ଜୟା । ସେ କହିଥିଲେ ରଜନୀଙ୍କୁ କହିବାର ସୁଯୋଗ ଦିଆଯାଇ ନାହିଁ । ତେବେ ଏହି ସମୟରେ ଗୃହରେ ଉତ୍ତେଜନା ସମୟରେ ସେ ତାଙ୍କ ଆସନରୁ ଯିବା ବେଳେ ସ୍ପିକରଙ୍କୁ ଆଙ୍ଗୁଠି ଦେଖାଇଥିଲେ। ତେବେ ଏହି ସମୟର ଭିଡିଓ ଟି ସସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓ ମାଧ୍ୟମରେ ବିଜେପି ନେତାମାନେ ଜୟାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଛତିଶଗଡର ବିଲାସପୁର ଲୋକସଭା ଆସନରୁ ବିଜେପି ସାଂସଦ ଅରୁଣ ସା ଟୁଇଟ କରି ଲେଖିଛନ୍ତି ଜୟା ବଚ୍ଚନ ଥିଏଟର ଏବଂ ଗଣତନ୍ତ୍ରର ସର୍ବୋଚ୍ଚ ପ୍ଲାଟଫର୍ମ ମଧ୍ୟରେ ପାର୍ଥକ୍ୟ ରଖିବା ଉଚିତ୍। ବିଜେପି ଦିଲ୍ଲୀ ମୁଖପାତ୍ର ଆୟାଜ ସେହରୱାଟ ଲେଖିଛନ୍ତି ଯେ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ ଆଚରଣ ଲଜ୍ଜାଜନକ । ସେହିପରି ରାଜସ୍ଥାନ ବିଜେପି ନେତା ଲକ୍ଷ୍ମୀକାନ୍ତ ଭରଦ୍ୱାଜ ଲେଖିଛନ୍ତି ଯେ ଅହଂକାରୀ ଜୟା ବଚ୍ଚନ ରାଜ୍ୟସଭାରେ ଉପ-ରାଷ୍ଟ୍ରପତିଙ୍କୁ ଆଙ୍ଗୁଳି ଦେଖାଉଛନ୍ତି । ଏହିପରି ଲୋକମାନେ ଗଣତନ୍ତ୍ରର ମନ୍ଦିରରେ କିପରି ପ୍ରବେଶ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଜୟାଙ୍କର ଏଭଳି ଆଚରଣ ପ୍ରଥମ ନୁହଁ । ଏହା ପୂର୍ବରୁ ଶ୍ରୀମତୀ ବଚ୍ଚନ ବିନା ଅନୁମତିରେ ସଂସଦରେ ଫଟୋ ଉଠାଇ ବିବାଦ ଘେରକୁ ଆସିଥିଲେ ।

Leave A Reply

Your email address will not be published.