Before Header

ନୀଳଗିରିରେ ପୁଣି ଲୁଟେରାଙ୍କ ବିତ୍ପାତ

0 51

ନୀଳଗିରି(ବଡ଼ ଖବର ବ୍ୟୁରୋ); ନୀଳଗିରି ରେ ପୁଣି ଲୁଟେରା ଙ୍କ ବିତ୍ପାତ ଦେଖିବାକୁ ମିଳିଛି | ନୀଳଗିରି ଥାନା ଅଧୀନ ସଜନାଗଡ଼ ବଜାର ସ୍ଥିତ SBI ATMରୁ ବ୍ୟାଟେରୀ ଓ ଇନଭର୍ଟର ଚୋରି ହୋଇଛି | ATMର ଟଙ୍କା ବାକ୍ସ କିନ୍ତୁ ସୁରକ୍ଷିତ ଥିବା ଜଣାପଡିଛି | ନୀଳଗିରି ଥାନା ତରଫରୁ ନିୟମିତ ଭାବେ ସଜନାଗଡ଼ ବଜାରରେ ଗୃହରକ୍ଷୀ ମାନଙ୍କୁ ରାତିରେ ନିୟୋଜିତ କରାଯିବା ସହ ଥାନା ଗାଡିରେ ପେଟ୍ରୋଲିଙ୍ଗ ମଧ୍ୟ ନିୟମିତ ଭାବେ ହେଉଛି ବୋଲି ଥାନା IIC ଗୋପାଳ କର୍ଣ୍ଣ କହିଛନ୍ତି | ଯଦି ଏହା ସତ ତେବେ ରାସ୍ତା ପାର୍ଶ୍ୱରେ ଥିବା ATMରୁ ଚୋରି କେମିତି ସମ୍ଭବ ହୋଇପାରୁଛି ତାହା ପୋଲିସ କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଚି | ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.