Masthead

ନୟାଗଡ଼ରେ ଆଉ ଏକ ଲଜ୍ଜା, ୬ବର୍ଷର ଶିଶୁଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନୟାଗଡ(ବଡ଼ ଖବର ବ୍ୟୁରୋ): ନୟାଗଡ ପରୀ ଘଟଣାର ପୁନରାବୃତ୍ତି । ପରୀ ପରେ ବେବି । ନୟାଗଡ଼ରେ ଘଟିଛି ଆଉ ଏକ ଅମାନୁଷିକ କାଣ୍ଡ । ୬ବର୍ଷର ନାବାଳିକା ବେବିକୁ ଘରୁ ଡାକି ନେଇ ପ୍ରଥମ ଦୁଷ୍କର୍ମ କଲା ପରେ ମୁଣ୍ଡରୁ ଗଣ୍ଡିକୁ କାଟି ଅଲଗା କଲା । ଏଭଳି ନାରକିୟ କାଣ୍ଡ ଭିଆଇବା ପରେ ବି ଖୁଲମଖୁଲା ଗାଁରେ ବୁଲୁଥିଲା ଅଭିଯୁକ୍ତ । ଆଉ ଶେଷରେ ନର ପିଶାଚକୁ ବାନ୍ଧିଛି ପୋଲିସ । ନିର ରାକ୍ଷସର ଏଭଳି ଲୋମହର୍ଷଣକାରୀର ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ । ଗତ୧୨ ତାରିଖ ଦିନ ବାଣିଗୋଚ୍ଛା ଗାଁର ଜଣେ ୬ବର୍ଷୀୟା ନାବାଳିକାକୁ ସେହି ଗାଁର ସାଗର ଦଳେଇ ନାମକ ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ ।

ଘଟଣା ଜଣାପଡିଯିବା ଭୟରେ ଦୁଷ୍କର୍ମ ପରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା ସାଗର । ଆଉ ଶେଷରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା । ଝିଅ ନିଖୋଜ ହେବା ପରେ ବହୁ ଖୋଜାଖୋଜି କରିଥୋଲେ ପରିବାର ଲୋକେ । ଶେଷରେ ଘଟଣାର ୬ଦିନ ପରେ ମିଳିଥିଲା ନାବାଳିକାର ଗଳିତ ମୃତଦେହ । ପୋଲିସ ପହଁଚି ଘଟଣାର ଛାନଭିନ କରିବା ସହ ଅଭିଯୁକ୍ତ ସାଗରକୁ ଗିରଫ କରିଛି । ପୋଲିସ ଆଗରେ ସାଗର ମଧ୍ୟ ତା ଦୋଷ ସ୍ୱିକାର କରିଛି । ତେବେ ପରୀ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏଭଳି ନାରକିୟ କାଣ୍ଡ ଭିଆଇଥିବା ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାପାଇଁ ସାଧାରଣରେ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି