Masthead

ବଲିଉଡରେ ଅନ୍ତରାଙ୍କ ସ୍ବର

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ତାଙ୍କ ସାଧନା ପାଇଁ ସେ ଆଜି ପରିଚିତ । ତାଙ୍କ କଣ୍ଠରୁ ଝରି ଆସୁଥିବା ପ୍ରତେକ ଗୀତ ମୁର୍ଚ୍ଛନା ସମସ୍ତଙ୍କୁ ଆକର୍ଷିତ କରିଥାଏ । ନିଷ୍ଠା, ଚେଷ୍ଟା ଏବଂ କଠିନ ପରିଶ୍ରମ ବଳରେ ସେ ଆଜି ଅନେକ ସମ୍ମାନର ଯୋଗ୍ୟା ହୋଇପାରିଛନ୍ତି । ସେ ହେଉଛନ୍ତି ଓଡ଼ିଆ କଣ୍ଠ ଶିିଳ୍ପି ଅନ୍ତରା ଚକ୍ରବର୍ତ୍ତି । ରାଜ୍ୟ ଚଳଚିତ୍ର ବିଜେତା ଅନ୍ତରା ତାଙ୍କର ସଂଗୀତ ଜୀବନର ଅନେକ ଫେମସ ଗୀତ ଗାଇଛନ୍ତି । ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁଛି ।

ତେବେ ଆଗକୁ ଅନ୍ତରା ବଲିଉଡରେ ନିଜର ଜାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶାର ଆଗଧାଡ଼ିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କର ନୂଆ ହିନ୍ଦୀ ଫିଲ୍ମ ‘ରାମରାଜ୍ୟ’ ଆସନ୍ତା ରାମନବମୀରେ ମୁକ୍ତିଲାଭ କରୁଛି । ‘ପୁଷ୍କର ଲଜ୍’ ପରେ ଏହା ଅନ୍ତରାଙ୍କ ଦ୍ୱିତୀୟ ହିନ୍ଦୀ ସିନେମା । ଯେଉଁଥିରେ ଅନ୍ତରାଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିବ । ୱାଇଷ୍ଟାର୍ ସିନେ ପ୍ରଡକ୍ସନ ତଥା ନୀତେଶ ରାୟ ନିର୍ଦ୍ଦେଶିତ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସିଫ୍ ଚନ୍ଦୱାନୀ । ଗୀତ ରଚନା କରିଛନ୍ତି ସଲିମ୍ ବେଗାନା ଏବଂ ଶିବାନନ୍ଦ ସିହ୍ନା । ଅନ୍ତରାଙ୍କ ସହିତ ଏଥିରେ କଣ୍ଠଦାନ କରିଛନ୍ତି କୈଳାସ ଖେର୍, ରାଜା ହାସନ, ମହମ୍ଦ ନାଜିର, ଭିନିଥ ସିଂ, ଗୁଲ୍ ସାକ୍ସେନା ଓ ଶାଶ୍ୱତ ପ୍ରତୀକ ।

ପ୍ରବୀର ସିହ୍ନା ପ୍ରଯୋଜିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଶିବାନନ୍ଦ ସିହ୍ନା । ଏଥିରେ ଅନ୍ତରା ଏକ ଚମତ୍କାର ସୋଲୋ ଗୀତ ଗାଇଛନ୍ତି । ଯାହାର ରେକର୍ଡିଂ ମୁମ୍ବାଇର ଆଦେଶ ଶ୍ରୀବାସ୍ତବ ଷ୍ଟୁଡିଓରେ ହୋଇଛି । ଓଡ଼ିଶାରେ ସଙ୍ଗୀତ ଦୁନିଆରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଅନ୍ତରା ଏବେ ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠା କରିବାର ପ୍ରୟାସ ଚଳାଇଛନ୍ତି । ସଙ୍ଗୀତ ପ୍ରେମି ପରିବାରୁ ଆସିଥିବା ଅନ୍ତରା ପିଲା ବେଳୁ ସଙ୍ଗୀତକୁ ପ୍ରେମ କରି ବସିଲେ । ଗୋଟିଏ ପରେ ଗୋଟିଏ ଗୀତ ଗାଇ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ଲାଗିଲେ । ଅନ୍ତରା ସଂଗୀତକୁ ସାଥିକରି ସାରା ଜୀବନ ଚାଲିବା ପାଇଁ ସଂକଳ୍ପ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ