Before Header

ଗୋଟିଏ ଦିନର ଆଶ୍ୱସ୍ତି ପରେ ପୁଣି ୧୦ହଜାର ପାର କଲା ସଂକ୍ରମଣ

0 25

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟରେ ୧୦ହଜାର ୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୬୧୪୯, ଲୋକାଲ କେସ୍ ୪୮୩୩ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, କଳାହାଣ୍ଡିରୁ ୩୭୦, ସମ୍ବଲପୁରରୁ ୪୫୪, ଅନୁଗୁଳରୁ ୫୩୯, ବରଗଡ଼ରୁ ୪୩୧, ବାଲେଶ୍ୱରରୁ ୩୦୩, ଭଦ୍ରକରୁ ୨୩୧, ପୁରୀରୁ ୩୯୮, ଷ୍ଟେଟ ପୁଲରୁ ୩୩୨, ଯାଜପୁରରୁ ୩୪୯,ଗଞ୍ଜାମରୁ ୧୭୭, ଝାରସୁଗୁଡାରୁ ୩୮୦, ନୂଆପଡାରୁ ୩୭୮, ନବରଙ୍ଗପୁରରୁ ୩୩୫, ବଲାଙ୍ଗିରରୁ ୪୨୬, ମୟୁରଭଞ୍ଜରୁ ୨୩୯, ରାୟଗଡାରୁ ୨୧୨, ନୟାଗଡରୁ ୧୯୨ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରପଡାରୁ ୧୪୧, କେନ୍ଦୁଝରରୁ ୨୫୩, ଜଗତସିଂହପୁରରୁ ୨୩୨, ସୋନପୁରରୁ ୨୧୫, ଢେଙ୍କାନାଳରୁ ୧୮୯, କୋରାପୁଟରୁ ୧୯୫, ବୌଦ୍ଧରୁ ୧୮୦, ଗଜପତିରୁ ୧୧୧, କନ୍ଧମାଳରୁ ୧୩୪, ମାଲକାନାଗିରିରୁ ୭୧, ଦେବଗଡରୁ ୧୨୭ଜଣ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୬୫ହଜାର ୬୪୮ରେ ପହଞ୍ଚିଛି । ସୁସ୍ଥ ହେଲେଣି ୪ଲକ୍ଷ ୬୫ହଜାର ୧୩୩ଜଣ । ଆକ୍ଟିଭ କେସ୍ ରହିଛି ୯୮ହଜାର ୨୩୦ ।

 ରାଜ୍ୟରେ ୧୭ଜୀବନ ନେଇଛି ମହାମାରୀ କରୋନା କରୋନା । ଖୋର୍ଦ୍ଧା ଓ ଅନୁଗୁଳରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ସୁନ୍ଦରଗଡ଼, ନୂଆପଡାରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ, ଢେଙ୍କାନାଳ, ଗଞ୍ଜାମ, ବାଲେଶ୍ୱର ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ମୋଟ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ।

Leave A Reply

Your email address will not be published.