Before Header

“ଟାଇଟନିକ୍” ନିଷ୍ଠୁର ସତ୍ୟର ଅକୁହା କାହାଣୀ

0 90

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଟାଇଟନିକ୍, ଏକ ଯାତ୍ରୀବାହୀ ଜାହାଜକୁ ନେଇ ନିର୍ମିତ ଫିଲ୍ମ ଆଜି ବି ଯୁବପିଢୀଙ୍କୁ ଆମୋଦିତ କରିଆସୁଛି । ଏହା ଏକ ବାସ୍ତବ ଓ ନିଷ୍ଠୁର ସତ୍ୟ ଘଟଣା । ୧୯୧୨ ଏପ୍ରିଲ ୧୫ରେ ବୁଡ଼ିଥିଲା ବିଶ୍ୱର ସବୁଠାରୁ ବଡ଼ ଜାହାଜ ଟାଇଟନିକ୍ । କେମିତି ବୁଡ଼ିଥିଲା? କାହା ଭୁଲ ପାଇଁ ସେଦିନ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ । ଜାହାଜ ଆଗରେ ଏତେ ବଡ଼ ବରଫ ଖଣ୍ଡ ଥିବା କଥା କିପରି ଜାଣି ପାରିନଥିଲେ କ୍ୟାପ୍ଟେନ୍? ଏହା ଆଜି ବି ଏକ ବିତକ୍ରିତ ପ୍ରସଙ୍ଗ ହୋଇ ରହିଛି ।

ବିଶ୍ୱର ସବୁଠାରୁ ବଡ଼ ଜାହାଜ ବୁଡ଼ିବାକୁ ପୁରିଲା ୧୦୯ ବର୍ଷ । ଉତ୍ତର ଆଣ୍ଟଲାକ୍ଟିକ ମହାସାଗରର ଅଥଳ ସମୁଦ୍ରରେ ଯାଇଥିଲା ୧୫୦୩ ଜଣଙ୍କ ଜୀବନ । ସବୁଠାରୁ ବଡ଼ ଓ ବିଳାଶମୟ ଜାହାଜରେ ପ୍ରଥମ ଯାତ୍ରା କରିବାକୁ ଉକ୍ରଣ୍ଠାର ସହ ଆସିଥିବା କୌଣସି ଲୋକ କେବେ ବି ଭାବି ନଥିବ ଯେ, ତାହା ତା’ର ଅନ୍ତିମ ଯାତ୍ରା ଥିଲା ବୋଲି । ୧୯୧୨ ମସିହା ଏପ୍ରିଲ ୧୫ ତାରିଖରେ ଘଟିଥିଲା ଦୁନିଆର ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ଭୟାନକ ଦୁର୍ଘଟଣା । ତେବେ ଏହି ଜାହାଜ ନିର୍ମାଣ କରିବାର ଦାୟିତ୍ୱ ହ୍ୱାଇଟ୍ ଷ୍ଟାର ଲାଇନ୍ ନାମକ ଏକ ବ୍ରିଟିଶ କମ୍ପାନୀ ନେଇଥିଲା । ୧୯୦୯ ମାର୍ଚ୍ଚ ୩୧ରେ ଟାଇଟନିକ ଜାହାଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହାକୁ ନିର୍ମାଣ କରିବାକୁ ପାଖାପାଖି ତିନି ହଜାରରୁ ଅଧିକ ଶ୍ରମିକ ଲାଗିଥିଲେ । ସେହିଭଳି ଏହି ଜାହାଜର ନିର୍ମାଣ ସମୟରେ ୯ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ୪୦ଜଣ ଶ୍ରମିକ ଆହତ ହୋଇଥିବା ମଧ୍ୟ ଶୁଣିବାକୁ ମିଳେ । ତେବେ ଏହି ଜାହାଜ ସେତେବେଳର ସବୁଠାରୁ ଲାଟେଷ୍ଟ ଟେକ୍ନୋଲୋଜି ଦ୍ୱାରା ନିର୍ମାଣ କରାଯାଇଥିଲା । ଏହାଛଡ଼ା କେବେ ନବୁଡ଼ିବା ସହ ସବୁଠାରୁ ସୁରକ୍ଷିତ ଜାହାଜର ମାନ୍ୟତା ମଧ୍ୟ ପାଇଥିଲା । ତେବେ ଟାଇଟାନିକ ଜାହାଜ ନିର୍ମାଣ କରିବାକୁ ୩ ବର୍ଷ ସମୟ ଲାଗିଥିଲା । ବିଶ୍ୱର ସବୁଠାରୁ ବଡ଼ ଓ ବିଳାଶ ପୂର୍ଣ୍ଣ ଜାହାଜ ଥିଲା ଟାଇଟାନିକ ।

ଏଥିରେ ପାଖାପାଖି ୪୦ଟନ୍ ପରିବହନର କ୍ଷମତା ରହିଥିଲା । ଏହାଛଡ଼ା ବିଶ୍ୱର ସବୁଠାରୁ ଅଧିକ ବେଗରେ ଯାତ୍ରା କରିବାରେ ସକ୍ଷମ ଥିଲା ଟାଇଟନିକ୍ । କେବଳ ସେତିକି ନୁହେଁ ଟାଇଟନିକରେ ଲାଗିଥିବା ହର୍ଣ୍ଣ ପାଖାପାଖି ୧୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଏ । ତେବେ ସମୁଦ୍ର ମଧ୍ୟରେ ପ୍ରଥମେ ୧ଏପ୍ରିଲ ୧୯୧୨ରେ ପ୍ରବେଶ କରିଥିଲା ବିଶ୍ୱର ସବୁଠାରୁ ଏହି ବଡ଼ ଜାହାଜ । ୨ଏପ୍ରିଲରେ ସମୁଦ୍ରରେ ଚାଲିବା ନେଇ ଗ୍ରୀନ ସିଗନାଲ ମିଳିଥିଲା ଟାଇଟାନିକକୁ । ଆଉ ସେହି ବର୍ଷ ୧୦ ଏପ୍ରିଲରେ ଇଂଲଣ୍ଡରୁ ଆମେରିକା ଅଭିମୁଖେ ୨ହଜାର ୨ଶହ ୨୪ ଲୋକଙ୍କୁ ନେଇ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଥିଲା ଟାଇଟନିକ ।

ଜାହାଜର କ୍ୟାପଟେନ ଥିଲେ ଏଡ଼ୱାଡ଼ ସ୍ମିଥ୍ । ଏହା ତାଙ୍କ ଜୀବନର ଶେଷ ଜାହାଜ ଥିଲା ଯେଉଁଥିରେ ସେ କ୍ୟାପଟେନ ଥିଲେ । ୧୯୧୨ ଏପ୍ରିଲ ୧୪ରେ ରାତିରେ ଘଣ୍ଟା ପ୍ରତି ୩୯ କିଲୋମିଟର ବେଗରେ ଆଗକୁ ବଢ଼ି ଚାଲିଥିଲା ଟାଇଟାନିକ । କିନ୍ତୁ ଉତ୍ତର ଆଣ୍ଟଲାକ୍ଟିକ ମହାସାଗରକୁ ପାର କରୁଥିବା ସମୟରେ ହଠାତ ଏକ ବଡ଼ ବରଫ ଖଣ୍ଡ ସହ ଧକ୍କା ହୋଇଥିଲା ଟାଇଟନିକ । ତେବେ ଟାଇଟନିକର ନିର୍ମାଣ ଏପରି ହୋଇଥିଲା ଯେ, ଯଦି ଜାହାଜର ସମ୍ମୁଖ ଭାଗ କୌଣସି ଯାଗାରେ ଦୁର୍ଘଟଣାଗ୍ରସ୍ତ ହୁଏ, ତେବେ ଏହା ଖୁବ ସହଜରେ ନିଜ ଯାତ୍ରା ଜାରି ରଖି ପାରିବ । ଏହି ଦୁର୍ଘଟଣା ଏତେ ବଡ଼ ଓ ଭୟାନକ ଥିଲା ଯେ, ଟାଇଟନିକର ପ୍ରତ୍ୟେକ ଇଞ୍ଜିନ ଏଥିରେ ଫେଲ୍ ମାରିଥିଲା ।

ତେବେ କୁହାଯାଏ ଯେ, ଆଗରେ ବରଫ ଖଣ୍ଡ ଥିବା କଥା ନେଇ କ୍ୟାପଟେନଙ୍କୁ ୬ଥର ସୂଚନା ଦିଆଯାଇଥିଲା । କିନ୍ତୁ ଏହାକୁ ଗୁରୁତର ସହ ନେଇ ନଥିଲେ କ୍ୟାପଟେନ । ଆଉ ମଧ୍ୟ ରାତ୍ରୀରେ ଜାହାଜର ଜଣେ ଉଚ୍ଚ ଅଧିକାରୀଙ୍କୁ ଫୋନ୍ ଆସିଥିଲା । ଯେଉଁଥିରେ ତାଙ୍କୁ ବରଫ ଚଟାଣରେ ଧକ୍କା ହେବା ନେଇ ସୂଚନା ମିଳିଥିଲା । କିନ୍ତୁ ସେତେବେଳକୁ ସବୁକିଛି ବିଳମ୍ବ ହୋଇ ସାରିଥିଲା । ଆଉ ମାତ୍ର ୩୫ ମିନିଟ ବାକିଥିଲା ଜାହାଜ ବରଫ ଚଟାଣରେ ଧକ୍କା ହେବାକୁ । ନିମିଷକ ମଧ୍ୟରେ ସବୁକିଛି ଶେଷ ହୋଇ ଯାଇଥିଲା । ବିଳମ୍ବିତ ରାତି ହୋଇଥିବାରୁ ଅନେକ ଯାତ୍ରୀ ଶୋଇସାରିଥିଲେ । ତେବେ ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀଙ୍କ ଲାଇଫ ବୋଟ ପାଖକୁ ଯିବାକୁ ଯାତ୍ରୀଙ୍କୁ କୁହାଯାଇଥିଲା । କିନ୍ତୁ ଜାହାଜରେ ଖୁବ୍ କମ ଲାଇଫ୍ ବୋଟ ଥିଲା ।

ଜାହାଜ କେବେ ବୁଡ଼ିବ ନାହିଁ ବୋଲି ଭାବି ଏଥିରେ କମ୍ ଲାଇଫ ବୋଟ ରଖାଯାଇଥିଲା । ତେବେ ଚାହୁଁ ଚାହୁଁ ରାତି ୨ଟା୩୦ ମିନିଟରେ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା ଟାଇଟନିକ । ଏହାମଧ୍ୟରେ ବିତି ଯାଇଛି ୧୦୯ ବର୍ଷ । ତଥାପି ଏହି ଦୁର୍ଘଟଣା କଥା ଶୁଣିଲେ ଆଜିବି ଲୋମ ଟାଙ୍କୁରି ହୋଇ ଉଠେ । ଲୋକଙ୍କୁ ଏହି ଘଟଣାବଳୀ ବିଷୟରେ ଜଣାଇବାକୁ ଟାଇଟନିକକୁ ନେଇ ୧୯୯୭ରେ ଆସିଥିଲା ଏକ ଚଳଚ୍ଚିତ୍ର । ଜେମସ କାମେରନଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଲିଓନାର୍ଡ଼ ଡିକାପ୍ରିଓଙ୍କ ସହ କାଟେ ୱିନସ୍ଲେଟ୍ ଏଥିରେ ନଜର ଆସିଥିଲେ । ଟାଇଟନିକ ଜାହାଜ ବୁଡ଼ିବାର ସମସ୍ତ ଚିତ୍ରକୁ ଅତି ସୁନ୍ଦର ଭାବେ ଏଥିରେ ଚିତ୍ରଣ କରାଯାଇଛି । ଆଜି ବି ଅନେକ ଯୁବପିଢୀ ଏହି ଚଳଚ୍ଚିତ୍ର ପ୍ରତି ଆକୃଷ୍ଠ ହୋଇ ରହିଛନ୍ତି ।

ଅନ୍ଧାର ରାତିରେ ୧୫୦୦ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଜାହାଜରେ ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଲୋକଙ୍କ ଜୀବନ ବଞ୍ଚି ନଥିଲା । ଲାଇଫ ବୋଟରେ ଯେଉଁମାନେ ରହିଥିଲେ ସେମାନଙ୍କ ମଧ୍ୟରୁ ବି ଅନେକ ଲୋକ ଅତ୍ୟଧିକ ଥଣ୍ଡା କାରଣରୁ ମୃତ୍ୟୁ ବରଣ କରିଥିଲେ । କେବେ ବୁଡ଼ିବନି ବୋଲି କୁହାଯାଉଥିବା ଟାଇଟନିକ ଜାହାଜ ନିଜର ପ୍ରଥମ ଯାତ୍ରାରେ ହିଁ ବୁଡ଼ିବ ତାହା କେହି କେବେ ଆଶା କରିନଥିଲେ ।

Leave A Reply

Your email address will not be published.