Masthead

୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କାଲି ପଡ଼ିବ ମେଘାଳୟ ଓ ନାଗାଲାଣ୍ଡରେ ଭୋଟ । ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ନିର୍ବାଚନକୁ ଦୃଷ୍ଟିରେ ରଖି ମେଘାଳୟରେ ଭାରତ-ବାଂଲାଦେଶ ସୀମାକୁ ସିଲ କରାଯାଇଛି। ଏହା ସହିତ ଆସାମ ସହିତ ସୀମା ମଧ୍ୟ ସିଲ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ବୋଲି ମେଘାଳୟର ପୋଲିସ ମହାନିର୍ଦେଶକ ଏଲ.ଆର ବିଷ୍ଣୁ କହିଛନ୍ତି। ଏଥର ରାଜ୍ୟରେ ୩୬ ଜଣ ମହିଳାଙ୍କ ସମେତ ୩୭୫ ଜଣ ପ୍ରାର୍ଥୀ ଅଛନ୍ତି।

ମେଘାଳୟରେ ବିଧାନସଭାରେ ୬୦ ଟି ସିଟ ଅଛି। କିନ୍ତୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଏଥର ୫୯ ଟି ଆସନରେ ମତଦାନ ହେବ। ରାଜ୍ୟରେ ମୋଟ ୨୧,୬୧,୭୨୯ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୦,୬୮,୮୦୧ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧୦, ୯୨,୩୨୬ ରହିଛି। ସେହିପରି ଦିବ୍ୟାଙ୍ଗ ବର୍ଗରେ ୭୪୭୮ ଭୋଟର, ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସରେ ୨୨୬୫୮ ଭୋଟର ଅଛନ୍ତି। ରାଜ୍ୟରେ ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ହେଉଛି ୮୧,୪୪୩।

ଅନ୍ୟପକ୍ଷରେ ନାଗାଲାଣ୍ଡରେ ସମୁଦାୟ ୬୦ ଟି ଆସନ ଅଛି, କିନ୍ତୁ ଏଥର ୫୯ ଟି ଆସନରେ ଭୋଟିଂ ଅନୁଷ୍ଠିତ ହେଉଛି। କାରଣ ଜଣେ ବିଜେପି ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ଏଥର ନାଗାଲାଣ୍ଡରେ ଚାରିଜଣ ମହିଳା ସଦସ୍ୟଙ୍କ ସମେତ ମୋଟ ୧୮୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ନାଗାଲାଣ୍ଡର ପୋଲିସ ମହାନିର୍ଦ୍ଦେଶକ ରୁପିନ ଶର୍ମା କହିଛନ୍ତି ଯେ ନାଗାଲାଣ୍ଡର ସୀମା ସିଲ କରାଯାଇଛି। ସୁରକ୍ଷା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି