Masthead

ଦ୍ରାଭିଡ ହୋଇପାରନ୍ତି ନୂଆ ହେଡ୍ କୋଚ୍

(ବଡ଼ ଖବର ବ୍ୟୁରୋ)  :  ଭାରତର ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାଭିଡ ଟିମ ଇଣ୍ଡିଆର ନୂଆ ହେଡ୍ କୋଚ ହୋଇପାରନ୍ତି । ଏହି ପଦବି ପାଇଁ ସେ ଆବେଦନ କରିଛନ୍ତି । ତେବେ ମୁଖ୍ୟ କୋଚ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୬ ଥିଲା । ଆବେଦନର ଶେଷ ତାରିଖ ଦିନ ହିଁ ଦ୍ରାଭିଡ ଆବେଦନ କରିଛନ୍ତି ।

ସୂଚନା ଅନୁଯାୟୀ ଦ୍ରାଭିଡ ଏବେ ବେଙ୍ଗାଲୁରରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ କ୍ରିକେଟ ଅପରେସନ୍ ହେଡ ଭାବେ କାର୍ଯ୍ୟରତ ଅଛନ୍ତି । ଦୁବାଇର ଆଇପିଏଲ- ୨୦୨୧ ଫାଇନାଲ ବେଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା ଓ ରାହୁଲ ଦ୍ରାଭିଡଙ୍କ ମଧ୍ୟରେ ବୈଠକ ହୋଇଥିଲା । ଯେଉଁଥିରେ ଦ ୱାଲ ନାମରେ ପରିଚିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଭାରତର କୋଚ ହେବା ପାଇଁ ରାଜି ହୋଇଥିଲେ ।

ତେବେ ଦ୍ରାବିଡ ନୁହନ୍ତି ଯିଏ ମୁଖ୍ୟ କୋଚ ହେବା ପାଇଁ ଆଗ୍ରହି ଥିବେ, ସେମାନେ ଏଥିପାଇଁ ଆବେଦନ କରିପାରିବେ ବୋଲି ବିସିସିଆଇ ବିଜ୍ଞପ୍ତି ଜାରି କରିଥିଲା । ତେବେ ମୁଖ୍ୟ କୋଚ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଧାର୍ଯ୍ୟ ରଖାଯାଇଥିଲା । ସେହିପରି ବାକି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩ ତାରିଖ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି