Masthead

ଟେଲିଫୋନ ଖୁଣ୍ଟ ଉପାଡିବା ସମୟରେ ବିଦ୍ୟୁତ ତାର ଲାଗି ଜଣେ ମୃତ, ଜଣେ ଗୁରୁତର

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଂଶଡା ଥାନା ଅଧିନ ଗୋପିନାଥପୁର ପଞ୍ଚାୟତ ଘଣ୍ଟେଶ୍ୱର ବଜାରରେ । ମଧ୍ୟାହ୍ନ ସମୟରେ କୋଣସି କାରଣ ପାଇଁ ଘଣ୍ଟେଶ୍ୱର ବଜାରରେ ଥିବା ଏକ ଟେଲିଫୋନ ଖୁଣ୍ଟି ଉପାଡୁଥିବା ସମୟରେ ନିଜର ଅସାବଧାନତା ଯୋଗୁଁ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ଲାଗି ଘଟଣା ସ୍ଥଳରେ ଜଣେ ମୃତ ବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମାନଗୋବିନ୍ଦ ବେହେରା ଏବଂ କଟକ ମେଡିକାଲରେ ମରଣ ସହ ସଂଗ୍ରାମ କରୁଥିବା ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀକାନ୍ତ ଦାସ । ଉଭୟଙ୍କ ଘର ଗୋପିନାଥପୁର ପଞ୍ଚୟତ ବାଲିପଦା ଗ୍ରାମରେ ବୋଲି ଜଣା ପଡିଛି। ଏନେଇ ଘଟଣା ସ୍ଥଳରେ ଘଣ୍ଟେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବବ୍ୟବଛେଦ ପାଇଁ ପଠାଯାଇଥିବା ଖବରମିଳିଛି। ଏନେଇ ଘଣ୍ଟେଶ୍ୱର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। କଣପାଇ ଟେଲିଫୋନ ଖୁଣ୍ଟି ଉଫାଡୁଥିଲେ ନା ତାଙ୍କୁ ଉପାଡିବା ପାଇଁ ଆଉ କିଏ ପରାମର୍ଶ ଦେଇଥିଲା ଏନେଇ ପୋଲିସ ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼