Masthead

ପାକିସ୍ତାନ ସୀମା ଜଗିବ ଆପାଚି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାବଧାନ ପାକିସ୍ତାନ । ଆକ୍ରମଣ କରିବା ପୂର୍ବରୁ ୪ ଥର ଚିନ୍ତା କରିବାକୁ ପଡିବ । କାରଣ ଏଣିକି ସୀମା ଜଗିବ ଆପାଚି ହେଲିକପ୍ଟର । ଆହୁରି ପାୱାରଫୁଲ ହେବ ଭାରତ । ଗେମ୍ ଚେଞ୍ଜର୍ ସାଜି ଭାରତକୁ ଆସିବ ଆପାଚି ଆଟାକ୍ ହେଲିକପ୍ଟର । ଅପରେସନ ସିନ୍ଦୂର ପରେ ନିଜର ସାମଥ୍ୟ ର୍କୁ ଦୃଢ କରୁଛି ଭାରତୀୟ ସେନା । ପାକିସ୍ତାନ ସୀମାରେ ମୁତୟନ ହେବ ଆପାଚି ଆଟାକ୍ ହେଲିକପ୍ଟର ।

ଆଧୁନିକ ଜ୍ଞାନ କୌଶଳରେ ତିଆରି ଏହି ଆଟାକ୍ ହେଲିକପ୍ଟର ଭାରତର ସାମରିକ କ୍ଷମତାରେ ଉନ୍ନତି ଆଣିବ । ଏଚ-୬୪ଇ ଆପାଚି ହେଲିକେପ୍ଟର ପାଇଁ ୨୦୨୦ ମସିହାରେ ଭାରତ-ଆମେରିକା ସହ ୬୦ ଡଲାରର ଡ଼ିଲ୍ କରିଥିଲା । ଏହାର ପ୍ରଥମ ବ୍ୟାଚ୍ ୨୦୨୪ ମେ-ଜୁନ୍ ମାସରେ ଏବଂ ୨୦୨୪ ଡିସେମ୍ବର ମାସରେ ଡେଲିଭରି ପାଇଁ ଧାର୍ଯ୍ୟ ହୋଇଥିଲା । କୌଣସି ବୈଷୟିକ କାରଣ ଯୋଗୁଁ ଆମେରିକା ପକ୍ଷରୁ ଆପାଚି ହେଲିକପ୍ଟର ଡେଲିଭରିରେ ବିଳମ୍ବ ହୋଇଥିଲା । ଆର୍ମି ଏଭିଏସନ୍ କୋର୍ ୩ଟି ଆପାଚି ହେଲିକପ୍ଟର ପ୍ରଥମ ବ୍ୟାଚ୍ ଏବେ ଜୁଲାଇ ମଧ୍ୟ ଭାଗରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ବ୍ୟାଚ୍ ନଭେମ୍ବରରେ ଆସିବ । ଏହି ହସ୍ତାନ୍ତରକୁ ନେଇ ଜୁଲାଇ ୧ ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ