Masthead

କେତେ ଘର ସିଲ୍ କରିବ ଦେଖିବା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର କିଛି କାର୍ଯ୍ୟକୁ ସାଧାରଣ ଲୋକମାନେ ଆଉ ପସନ୍ଦ କରୁନାହାନ୍ତି । ସେମାନେ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ବିରୋଧ କରୁଛନ୍ତି । ଏଇ ଯେମିତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ ସିଲ୍ ଘଟଣା । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ସେମାନଙ୍କ ଘରକୁ ଅଫିସ୍ କରିବା ପାଇଁ ସାଂସଦ ଅପରାଜିତାଙ୍କୁ ନିବେଦନ କରିଛନ୍ତି । ଲୋକମାନେ ଖୋଲା ଖୋଲି କହିଛନ୍ତି, ରାଜ୍ୟ ସରକାର କେତେ ଅଫିସ୍ ସିଲ କରିବେ କରନ୍ତୁ ।

କରୋନା ରାଜନୀତିର ଶିକାର ହୋଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ୟ୍ୟାଳୟକୁ କୋଭିଡ଼ ଆଇନ ଉଲ୍ଲଘଂନ ନେଇ ସିଲ କରିଛି ଭୁବନେଶ୍ୱର ମହାନଗର ନିଗଗମ(ବିଏମ୍ ସି) । କୋଭିଡ଼ ଆଇନ ଉଲ୍ଲଘଂନ ପାଇଁ ବିଜେଡି କାର୍ୟ୍ୟାଳୟ କେବେ ସିଲ ହେବର ପ୍ରଶ୍ନ ଉଠାଇ ପ୍ରତିବାଦ କରିଥିଲେ ଅପରାଜିତା । ଆରମ୍ଭ କରିଥିଲେ ରାସ୍ତା କାର୍ୟ୍ୟାଳୟରେ ଜନ ଶୁଣାଣିି ।

ରାଜ୍ୟ ଜନସାଧାରଣଙ୍କ ତରଫରୁ ବିଭିନ୍ନ ଜିଲ୍ଲାରୁ ୨୨୩୪ ଲୋକ ନିଜ ଘରକୁ ଅଫିସ ଚଳେଇବା ପାଇଁ ଅପରାଜିତାଙ୍କୁ କହିଥିବା ସେ ସୂଚନା ଦେଇଛନ୍ତି । ଜନସାଧାରଣଙ୍କ ତରଫରୁ ଅନୁରୋଧ ସଂଖ୍ୟା ବଢ଼ିବରେ ଲାଗିଛି । ଏବେ ଲୋକ ଆନ୍ଦୋଳନର ରୂପ ନେଉଛି, ରାଜ୍ୟ ସରକାର କେତେ ଘରକୁ ସିଲ କରିବେ ବୋଲି ଟ୍ୱିଟ କରି କହିଛନ୍ତି ସାଂସଦ ଅପରାଜିତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ