ଘଣ୍ଟେଶ୍ୱରରେ ଜମୁଛି ଦୋଳଯାତ୍ରା

ଭଦ୍ରକ (ବଡ଼ ଖବର ବ୍ୟୁରୋ):  ଦୋଳଯାତ୍ରା ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଞ୍ଚଳ । ଶୁକ୍ରବାର ଅଞ୍ଚଳର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରୁ ଠାକୁର ସୁସଜିତ ବିମାନରେ ବାହାରି ଗାଁ ଗାଁ ବୁଲି ଚାଚେରି ଭୋଗ ଖାଇବା ସହ ବିଭିନ୍ନ ଦାଣ୍ଡ ମେଲଣରେ ଯୋଗ ଦେଇଛନ୍ତି । ବାଲିପଦାରୁ କାଳିଆକାହ୍ନୁ ଜିଉ, ଗୋପୀନାଥପୁରର ମହିମାମଣି ଜିଉ, ରାଜଗୁରୁପୁରର ହୃଷିକେଶ ଜିଉ, ବଜରାପୁରର ଗୋପୀନାଥ ଜିଉ(ଚୈତନ୍ୟ ମହାପ୍ରଭୁ), କେଦାରଗୌରୀ ଜିଉ, ରାଜଗୁରୁପୁରର ରଘୁନାଥ ଜିଉ, ବାଲିପଦାର ରାଧାମାଧବ ଜିଉ, ନଛିବିନ୍ଧାର ରାଧାକାନ୍ତ ଜିଉ, ବାଲିଦାଣ୍ଡିର ବନବିହାରୀ ଜିଉ, ତୋଟାପଡ଼ାର ରଘୁନାଥ ଜିଉ (ବଡ଼ ଆଖଡ଼ା), ମଦନମୋହନ ଜିଉ (କୁର୍ମ ଆଖଡ଼ା), ସାନ ଆଖଡ଼ା, ବାଲି ଆଖଡ଼ା, ମଣି ତିଆଡ଼ି, ରାଧାମାଧବ ଜିଉଙ୍କ ସମତେ ବିଭିନ୍ନ ଗାଁରୁ ଠାକୁର ବିମାନରେ ବାହାରି ଗାଁ ପରିକ୍ରମା କରିଛନ୍ତି ।

ଠାକୁରମାନେ ସୋମବାର ଦୋଳ ମେଲଣରେ ଯୋଗଦେବେ । ମଙ୍ଗଳବାର ରାତିରେ ଠାକୁରମାନେ ନିଜ ମନ୍ଦିରରୁ ବିରାଟ ପଟୁଆରେ ଦେଶ ମେଲଣ ନିମନ୍ତେ ବାହାରି ଭୋର ସମୟରେ ମେଲଣ ପଡ଼ିଆରେ ପହଞ୍ଚିବେ । ବୁଧବାର ସନ୍ଧ୍ୟା ଭୋଗ ଲାଗି ହେବା ପରେ ଠାକୁରମାନେ ପଊରି ମନ୍ଦିରକୁ ଫେରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ