Before Header

ଅଶ୍ୱିନୀ ବୈଷ୍ଣବଙ୍କୁ ‘ବଡ଼ ଖବର’ର ଅନୁରୋଧ

0 1,534

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ‘ବଡ଼ ଖବର’ର ଅନୁରୋଧ । ଓଡ଼ିଶାରୁ ଜିତିଛନ୍ତି ଅଶ୍ୱିନୀ, ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ନିଅନ୍ତୁ ଗୋଟିଏ ପଦକ୍ଷେପ । ଏ ପଦକ୍ଷେପ ଓଡ଼ିଆଙ୍କୁ ଯୋଡ଼ିବ ଶ୍ରୀରାମ ଜନ୍ମଭୂମି ସହ । ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ଭବ୍ୟ ରାମ ମନ୍ଦିର ନିର୍ମାଣ । ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପରେ ବିରାଜମାନ କରିବେ ପ୍ରଭୁ ଶ୍ରୀରାମ ।

ଏହାକୁ ନେଇ ସାରା ଭାରତରେ ନାହିଁ ନଥିବା ଉତ୍ସାହ । ଏକ ଦିବ୍ୟ ପରିବେଶରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ସମସ୍ତଙ୍କ ନଜର ଏବେ ଅଯୋଧ୍ୟା ଉପରେ । ଶ୍ରୀରାମଙ୍କ ଜନ୍ମଭୂମି ପୂଣ୍ୟ ନଗରୀ ଅଯୋଧ୍ୟା । ଅନେକ ବାଦ ବିବାଦ ପରେ ଆଇନ କାନୁନର ଲଢେଇ ପରେ ବର୍ଷ ବର୍ଷର ସଂଗ୍ରାମ ପରେ ଶ୍ରୀରାମ ପ୍ରେମୀଙ୍କର ସ୍ୱପ୍ନ ଶାକାର ହୋଇଛି । ଖାଲି ଭାରତ ନୁହେଁ ବିଶ୍ୱର କୋଟି କୋଟି ରାମ ଭକ୍ତ ଅନେଇ ବସିଛନ୍ତି ଏହି ସ୍ୱର୍ଣ୍ଣିମ ଦିନକୁ । ସେଥିରେ ଅନେକ ଓଡ଼ିଆ ମଧ୍ୟ ଅଛନ୍ତି ।

ଓଡ଼ିଶାର ଅନେକ ଲୋକଙ୍କର ଇଚ୍ଛା ରହିଛି ଯେ ସେମାନେ ଯାଇ ସରୋଜ ନଦୀ କୂଳରେ ଅଯୋଧ୍ୟା ନଗରୀରେ ଭବ୍ୟ ମନ୍ଦିରରେ ପହଂଚିବେ ଓ ଶ୍ରୀରାମଲାଲାଙ୍କୁ ଦର୍ଶନ କରିବେ । ଅନେକ ଏଥିପାଇଁ ପ୍ରସ୍ତୁତି ମଧ୍ୟ କରି ସାରିଛନ୍ତି । ତେବେ ଏଠାରେ ଆମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଅନୁରୋଧ କରିବା ପାଇଁ ଚାହୁଁଛୁ । ଯେହେତୁ ସେ ଓଡ଼ିଶାରୁ ସାଂସଦ ହୋଇ ରେଳମନ୍ତ୍ରୀ ହୋଇଛନ୍ତି । ଆଶା ମଧ୍ୟ କରୁଛୁ ସେ ତ୍ୱରାନ୍ୱିତ ବେଗରେ ୟା ଉପରେ ଧ୍ୟାନ ଦେବେ ।

https://fb.watch/p88I_JSrCS/

ଓଡ଼ିଶାରୁ କୌଣସି ଗୋଟିଏ ବି ସିଧା ଟ୍ରେନ ଅଯୋଧ୍ୟା ନଗରୀକୁ ସଂଯୋଗ କରୁନାହିଁ । ଯିଏ ବି ଅଯୋଧ୍ୟାକୁ ଯିବ ତାକୁ ଟ୍ରେନ ବଦଳାଇବାକୁ ପଡିବ । ଏତେ ଦୂର ଯାତ୍ରାରେ ସାଧାରଣତଃ ସିଧା ଟ୍ରେନ ସଂଯୋଗ ନହେଲେ ଯାଉଥିବା ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ରାମଲାଲାଙ୍କ ପାଖକୁ ଯେଉଁ ଭକ୍ତମାନେ ଯିବେ ସେଥିରେ କେବଳ ଧନୀ ଭକ୍ତ ନାହାନ୍ତି ମଧ୍ୟମ ବର୍ଗର ଭକ୍ତ ଅଛନ୍ତି, ଗରିବ ଭକ୍ତ ମଧ୍ୟ ଅଛନ୍ତି । ଏ ସବୁ ବର୍ଗର ଭକ୍ତଙ୍କ ଗୋଟିଏ ଇଚ୍ଛା ଆମେ ଅଯୋଧ୍ୟା ନଗରୀରେ ପହଂଚିବୁ ।

ଯଦି ଗୋଟିଏ ସିଧା ଟ୍ରେନ ଚଳାଚଳ ହୁଏ ତାହା ସମସ୍ତଙ୍କ ପାଇଁ ସୁବିଧାଜନକ ହେବ । ଦେଶର ଅନ୍ୟ ବଡ଼ ସହର ମାନଙ୍କରୁ ଅଯୋଧ୍ୟା ନଗରୀକୁ ସିଧା ଟ୍ରେନ ସଂଯୋଗର ବ୍ୟବସ୍ଥା କରାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ସହରରୁ ଏ ସୁବିଧା ହୋଇନାହିଁ । ନା କଟକରୁ ଅଛି ନା ଭୁବନେଶ୍ୱରରୁ ଅଛି ନା ସମ୍ବଲପୁର ନା ରାଉରକେଲାରୁ, ଏପରିକି ଜଗନ୍ନାଥ ଧାମ ପୁରୀରୁ ମଧ୍ୟ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାକୁ କୌଣସି ସିଧା ଟ୍ରେନ ନାହିଁ । ଅଯୋଧ୍ୟାକୁ ଯିବାକୁ ହେଲେ ଟ୍ରେନ ବଦଳାଇବାକୁ ହେବ ।

ରେଳମନ୍ତ୍ରୀଙ୍କୁ ଅନୁରୋଧ ଅନ୍ତତଃ ଏହି ଭବ୍ୟ ଉସôବ ପୂର୍ବରୁ ସେ ବ୍ୟବସ୍ଥା କରନ୍ତୁ କିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମରୁ ସିଧା ଅଯୋଧ୍ୟାର ଶ୍ରୀରାମ ଧାମକୁ ଅନ୍ତତଃ ପ୍ରତିଦିନ ଗୋଟିଏ ଟ୍ରେନ ଯିବାର ବ୍ୟବସ୍ଥା ହେବ । ଯାହାଫଳରେ ଅଯୋଧ୍ୟାରୁ ଯିଏ ଜଗନ୍ନାଥ ଧାମକୁ ଆସିବେ ସେମାନଙ୍କ ପାଇଁ ବି ସୁବିଧା ହେବ ଯିଏ ଓଡ଼ିଶାର ଯାତ୍ରୀ ସେମାନେ ମଧ୍ୟ ସୁବିଧାରେ ଯାଇ ଅଯୋଧ୍ୟାରେ ପହଂଚି ପାରିବେ ଗୋଟିଏ ଟ୍ରେନରେ । ଏଥିରେ ସେମାନଙ୍କର ସମୟ ବଂଚିବ, ଯାତ୍ରା ସୁଗମ ସୁବିଧାଜନକ ହେବ, ଖର୍ଚ୍ଚ ମଧ୍ୟ ବଂଚିବ, ଆଉ ସେମାନଙ୍କୁ କୌଣସି ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡିବ ନାହିଁ ।

କାରଣ ଗୋଟିଏ ବାହାର ରାଜ୍ୟରେ ସାଧାରଣ ଲୋକଟିଏ ଯାଇ ଟ୍ରେନ ବଦଳାଇ ଆଉ ଗୋଟିଏ ଜାଗାକୁ ଯିବା ନିଶ୍ଚିନ୍ତ ରୂପେ ତା ପାଇଁ ଟିକେ କଷ୍ଟକର । ଯଦି ସିଧାସଳଖ ଗୋଟିଏ ଟ୍ରେନ ଚଳାଚଳ ହୋଇପାରେ ସବୁ ଯାତ୍ରୀଙ୍କ ପାଇଁ ସୁବିଧା ହେବ । ଏହା ରେଳମନ୍ତ୍ରୀଙ୍କ ପାଖରେ ଆମର ଏକ ଅନୁରୋଧ । ଆଶା କରୁଛୁ ସେ ଏହା ଉପରେ ଦୃଷ୍ଟି ଦେବେ । ଓଡ଼ିଆ ରେଳଯାତ୍ରୀ ଓ ରାମଭକ୍ତଙ୍କ ପାଇଁ ଏହି ସୁବିଧାଟି ନିଶ୍ଚୟ କରାଇବେ ।

ଅଧିକରୁ ଅଧିକ ସେୟାର କରନ୍ତୁ ଯେପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ପହଂଚିବ ଏବଂ ସେ ଓଡ଼ିଶାରୁ ସିଧାସଳଖ ଟ୍ରେନ ଚଳାଚଳର ବ୍ୟବସ୍ଥା କରାଇବେ ।

Leave A Reply

Your email address will not be published.