Masthead

ଅଧିକ ପାରଦର୍ଶୀ ହେବ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆହୁରି ଅଧିକ ପାରଦର୍ଶୀ ହେବ । ବସ୍ତୁନିଷ୍ଣ ମାନଦଣ୍ଡ ପ୍ରସ୍ତୁତ କରାଯିବ ବୋଲି ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ସେ କହିଛନ୍ତି ସେଣ୍ଟର ପ୍ଲାନିଂ ଆଣ୍ଡ ରିସର୍ଚ୍ଚ ଦେଶରେ ନିଯୁକ୍ତି ଯୋଗ୍ୟ ବିଚାରପତିଙ୍କ ଉପରେ ଆକଳନ କରିବା ଲାଗି ଏକ ବ୍ୟାପକ ମଂଚ ପ୍ରସ୍ତୁତ କରିବା କାର୍ଯ୍ୟରେ ଲାଗିଛି । ବିଚାରପତିଙ୍କ ଅଭିଜ୍ଞତା ଓ ରାୟ ପ୍ରଦାନର ମାପକାଠି ଆଧାରରେ ସେମାନଙ୍କ ନିଯୁକ୍ତି ହେବ । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ଦେଶର ପ୍ରମୁଖ ୫୦ ଜଣ ବିଚାରପତିଙ୍କ ଡାଟାବେସ୍ ପ୍ରସ୍ତୁତ କରାଯାଇ ସେମାନଙ୍କ ଦକ୍ଷତା ଓ କାର୍ଯ୍ୟର ବିଶ୍ଲେଷଣ କରାଯିବ । ସେହିଭଳି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତି ଲାଗି ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ କରିବା ସଂକ୍ରାନ୍ତ ତଥ୍ୟ କଲେଜିୟମ ପାଖରେ ରହୁିନଥିବା ବୋଲି ଯେଉଁ ଅଭିଯୋଗ ହେଉଛି ତାକୁ ପ୍ରଧାନ ବିଚାରପତି ଖଣ୍ଡନ କରିଛନ୍ତି । କହିଛନ୍ତି ଦେଶର ୫୦ ଜଣ ପ୍ରମୁଖ ବିଚାରପତିଙ୍କୁ ନେଇ କଲେଜିୟମ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିଛି । ସେହି ବିଚାରପତିଙ୍କ ଦକ୍ଷତା ଆକଳନ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର