Before Header

ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ

0 23

କଟକ (ବଡ଼ ଖବର ବ୍ୟୁରୋ): ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ । ଆଜି ଅପରାହ୍ଣରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଉଦଘାଟନୀ ଉତ୍ସବକୁ ଆଖିରେ ରଖି ପ୍ରସ୍ତୁତି କାର୍ୟ୍ୟକୁ ବୁଲି ଦେଖିଛନ୍ତି କଟକ ମେୟର, ଡିସିପି ଓ ସିଡିଏ ଅଧ୍ୟକ୍ଷ । ମୋଟ ୧୬ ଏକର ଜମିରେ ୮୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନେତାଜୀ ବସ ଟର୍ମିନାଲ । ସେପଟେ ଟର୍ମିନାଲର କାମ ସମ୍ପୂର୍ଣ୍ଣ ନକରି ଉଦଘାଟନ କରାଯାଉଥିବାରୁ ବିଜେପି ଏହାକୁ ବିରୋଧ କରିଛି ।

Leave A Reply

Your email address will not be published.