Masthead

ଅଢ଼େଇ କେଜି ଗଞ୍ଜେଇ ଜବତ, ୨ ଗିରଫ

ଆରଡ଼ି, (ବଡ଼ ଖବର ବ୍ୟୁରୋ): ଆରଡ଼ି ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ। ଆଜି ଆରଡ଼ି ପୋଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଗଞ୍ଜେଇ ବେପାରୀ। ଆରଡ଼ି ପୀଠ ଫାଣ୍ଡି ନିକଟ ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ହନୁମାନଛକ ନିକଟରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୨ ଗଞ୍ଜେଇ ବେପାରୀଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ଅଢ଼େଇ କେଜି ଗଞ୍ଜେଇ ଜବତ କରିଛି। ଏହି ଦୁଇଜଣ ପଡ଼ୋଶୀ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହେବ। ପୋଲିସ ସୂଚନା ଅନୁଯାୟୀ, ଏହି ଦୁଇ ବେପାରୀ ନିୟମିତ ଭାବେ ଆରଡ଼ି ଓ ଆଖପାଖ ଅଞ୍ଚଳରୁ ଗଞ୍ଜେଇ ଆଣି ଚୋରା ବେପାରୀଙ୍କୁ ଦେଇଥାନ୍ତି। ଚଢ଼ାଉରେ ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସହ ଫାଣ୍ଡିର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ