Masthead

ମଧ୍ୟାହ୍ନଭୋଜନ ଚାଉଳକୁ ନେଇ ବିବାଦ, ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ

ଆଠଗଡ(ବଡ଼ ଖବର ବ୍ୟୁରୋ): ଵଳକା ରହି ଯାଇଥିଲା ମଧ୍ୟାହ୍ନ ଭୋଜନ ଚାଉଳ । ପିଲାଙ୍କୁ ଚାଉଳ ଦିଆଯିବ କି ବିକ୍ରି କରାଯିଵ ତାକୁ ନେଇ ଵିଵାଦ ଆରମ୍ଭ ହେଲା। ଏ ବାବଦରେ ପ୍ରଶାସନ ପକ୍ଷରୁ ତଦନ୍ତ ଚାଲି ଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କାର‌୍ୟ୍ୟାଳୟ ଭିତରେ ପଶି ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରାଯାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଅନ୍ତର୍ଗତ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ। ନିଜକୁ ପରିଚାଳନା କମିଟିର ସଦସ୍ୟ କହୁଥିବା ଦୁଇ ଜଣ ଯୁବକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରି ତାଙ୍କୁ ଧକ୍କା ମାରି ଗେଟ୍ ବାହାରକୁ ନେଇ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାରୁ ପ୍ରକାଶ ଯେ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ ଆସୁଥିବା ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା କିଛି ଚାଉଳ ଵଳକା ରହି ଯାଇଥିଲା।

ସେହି ଚାଉଳକୁ ପ୍ରଧାନ ଶିକ୍ଷକ ପିଲା ମାନଙ୍କୁ ଵାଣ୍ଟି ଦେଵା ପରେ ଵିଵାଦ ଆରମ୍ଭ ହୋଇଥିଲା । ନିଜକୁ ପରିଚାଳନା କମିଟି ସଦସ୍ୟ ବୋଲି କହୁଥିବା କିଛି ତଥାକଥିତ ଅଵିଭାବକ ଏ ବାବଦରେ ଗତ ଦୁଇ ଦିନ ତଳେ ଆଠଗଡ଼ ଵ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପରେ ଗତକାଲି ଦୁଇ ଜଣ ଅଧିକାରୀ ସେଠାକୁ ତଦନ୍ତ ପାଇଁ ଯାଇଥିଲେ। ସେମାନଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ହୋଇଥିବା ବେଳେ ଅଧିକାରୀ ମାନେ ଅସହାୟ ଅବସ୍ଥାରେ ବସି ରହିଥିବାର ଦେଖା ଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ