ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତକାଲି ମହାନଦୀ ମୁଣ୍ଡଳିରେ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ବୋଟ ଓଲଟି ପଡିଥିଲା । ଫଳରେ ବୋଟ ଦୁର୍ଘଟଣାରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସ ପ୍ରାଣ ହରାଇଥିଲେ । ତେବେ ଆଜି ଅରିନ୍ଦମ ଦାସଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟସରକାର । ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଆଜି୍ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନଓ ମଙ୍ଗରାଜ ଟୁଇଟ କରି ସୂଚନା ଦେଇଛନ୍ତି । ତେବେ ଓଡିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ଅର୍ଥ ମଞ୍ଜୁର କରାଯାଇଥିବା ସେ କହିଛନ୍ତି ।
ଗତକାଲି ଓଟିଭି ପକ୍ଷରୁ ମଧ୍ୟ ଅରିନ୍ଦମଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ଓଟିଭିର ଏମଡି ଜଗି ମଙ୍ଗଦ ପଣ୍ଡା ଗତକାଲି ଏ ନେଇ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ଆଜି ସକାଳେ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ଅରିନ୍ଦମଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।