Masthead

ଜାତିସଂଘ ସାଧାରଣ ସଭାରେ ଇମ୍ରାନଙ୍କୁ ଚୁପ କରିଦେଲେ ଏହି ଭାରତୀୟ ଅଫିସର

ବଡ଼ ଖବର ବ୍ୟୁରୋ: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । କିନ୍ତୁ ଏଥର ଇମ୍ରାନକୁ ଚୁପ କରିଦେଇଥିଲା ଭାରତ । ଏଥର ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନକୁ ଦର୍ପଣ ଦେଖାଇବାରେ ସକ୍ଷମ ହୋଇଛନ୍ତି । ତେବେ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ ।

ବେଆଇନ ଭାରତର ଅଧିକୃତ କରିଥିବା ଅଞ୍ଚଳକୁ ପାକିସ୍ତାନ ତୁରନ୍ତ ଖାଲି କରୁ ବୋଲି ପାକିସ୍ତାନକୁ ସିଧାସଳଖ ଶୁଣାଇଥିଲେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ସ୍ନେହା ଦୁବେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଏପରିକି ଅନେକ ଲୋକ ସ୍ନେହା ଦୁବେଙ୍କ ବିଷୟରେ ଖୋଜିବା ଆରମ୍ଭ କରିଦେଲେଣି ।

ସ୍ନେହା ଦୁବେ କିଏ ?
ଇମ୍ରାନ ଖାନଙ୍କ କଥା କହିବା ବନ୍ଦ କରିଥିବା ସ୍ନେହା ଦୁବେ ପ୍ରଥମ ପ୍ରୟାସରେ ୟୁପିଏସସିରେ ସଫଳ ହୋଇଥିଲେ । ସେ ଜଣେ ୨୦୧୨ ବ୍ୟାଚ ମହିଳା ଓୠଝ ଅଧିକାରୀ । ଓୠଝ ହେବା ପରେ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ନିଯୁକ୍ତ କରାଯାଇଥିଲା । ଏହା ପରେ ୨୦୧୪ ମସିହାରେ ସେ ମେଡ୍ରିଡରେ ଥିବା ଭାରତୀୟ ଦୂତାବାସରେ ନିଯୁକ୍ତ ହୋଇଥିଲେ । ପ୍ରଥମରୁ ହିଁ ସ୍ନେହା ଦୁବେ ଆନ୍ତର୍ଜାତୀୟ ବ୍ୟାପାରରେ ଆଗ୍ରହ ଦେଖାଉଥିଲେ । ତେଣୁ ବୈଦେଶିକ ସେବାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ସ୍ନେହାଙ୍କର ପ୍ରାଥମିକ ଶିକ୍ଷା ଗୋଆରେ ହୋଇଥିଲା । ଏହା ପରେ ସେ ପୁଣେର ଫର୍ଗୁସନ କଲେଜରୁ ସ୍ନାତକ ହାସଲ କରିଥିଲେ ।

କିପରି ଇମ୍ରାନ ଖାନଙ୍କ କହିବା ବନ୍ଦ କରିଦେଲେ ?

କାଶ୍ମୀର ଭାରତରେ ମିଶିବା ପରେ ପଡ଼ୋଶୀ ପାକିସ୍ତାନର ନିଦ ହଜିଯାଇଛି । ଏନେଇ ବାରମ୍ବାର ବିଶ୍ୱ ଆଗରେ ଜଣାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ପାକିସ୍ତାନର ପ୍ରସଙ୍ଗକୁ ଅନ୍ୟଦେଶମାନେ ଅଣଦେଖା କରିଆସୁଛନ୍ତି । ତଥାପି ଆମେରିକା ତା’ ହରକତରୁ ପଛାଉ ନାହିଁ । ଏହା ମଧ୍ୟରେ ଜାତିସଂଘ ସାଧାରଣ ସଭାରେ ମଧ୍ୟ ଇମ୍ରାନ କାଶ୍ମୀର ପ୍ରସଙ୍ଗ ଉଠାଇ ଥିବାର ଦେଖିବାକୁ ମିଳିଛି । ହେଲେ ଚଳିତ ଥର ପାକିସ୍ତାନ ମୁଖ୍ୟମନ୍ତ୍ରୀଙ୍କୁ ଚୁପ କରାଇଦେଇଛି ଭାରତ । ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରକୁ ବିଶ୍ୱ ସ୍ତରରେ ଆଣିବାକୁ ଚେଷ୍ଟା କରିଛନ୍ତି ଏବଂ ମିଥ୍ୟା ପ୍ରଚାର କରି ଭାରତର ଛବିକୁ ବିଶ୍ୱ ଆଗରେ ଖରାପ କରିବାକୁ ଇମ୍ରାନ ଖାନ ଚେଷ୍ଟା କରିଛନ୍ତି ବୋଲି ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି । ଏହା ସହ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ । ଏବଂ ବେଆଇନ ଭାବରେ ଅଧିକୃତ କରିଥିବା ଅଞ୍ଚଳକୁ ପାକିସ୍ତାନ ତୁରନ୍ତ ଖାଲି କରୁ ବୋଲି ପାକିସ୍ତାନକୁ ସିଧାସଳଖ ଶୁଣାଇଛନ୍ତି ଭାରତର ପ୍ରଥମ ସଚିବ ସ୍ନେହା ଦୁବେ । ଏହା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚୁପ ରହିଯାଇଥିବାର ଦେଖାଯାଇଥିଲା ।

ପାକିସ୍ତାନ ଜାତିସଂଘ ସାଧାରଣ ସଭାର ଅପବ୍ୟବହାର କରିଛି
ଜାମ୍ମୁକାଶ୍ମୀର ଏବଂ ଲଦାଖର ୟୁନିଅନ ଟେରିଟେରୀ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ । ପାକିସ୍ତାନ ଏହାର କିଛି ଅଞ୍ଚଳକୁ ବେଆଇନ ଭାବରେ ଦଖଲ କରିଛି । ଏହା ସହ ପାକିସ୍ତାନ ବେଆଇନ ଭାବରେ ଗ୍ରହଣ କରିଥିବା ସମସ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରୁ ବୋଲି ସ୍ନେହା ଦୁବେ କହିଛନ୍ତି । ଅନ୍ୟପଟେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନୀ ନେତା ଜାତିସଂଘର ପ୍ଲାଟଫର୍ମର ଅପବ୍ୟବହାର କରି ମିଥ୍ୟା ପ୍ରଚାର କରିବା ସହ ଭାରତ ବିରୁଦ୍ଧରେ ନିଜର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି । ଏପରି କରି ପାକିସ୍ତାନ ଜାତିସଂଘ ସାଧାରଣ ସଭାର ଅପବ୍ୟବହାର କରିଛି ବୋଲି ସ୍ନେହା ଦୁବେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା