Masthead

ତାଲିବାନ ସରକାରକୁ ସ୍ଥାୟୀ କରାଯାଉ: ଇମ୍ରାନ ଖାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ତାଲିବାନ ସପକ୍ଷରେ ଓକିଲାତି ଛାଡୁନି ପାକିସ୍ତାନ । ତାଲିବାନକୁ ସମର୍ଥନ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ , ଆଫଗାନିସ୍ତାନ ବାସୀଙ୍କ ମଙ୍ଗଳ ପାଇଁ ତାଲିବାନ ସରକାରକୁ ସ୍ଥାୟୀ କରାଯାଉ । ଏ ନେଇ ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ କହିଛି ପାକିସ୍ତାନ । ଇମ୍ରାନ ଖାନଙ୍କ କହିବା ଅନୁଯାୟୀ , ତାଲିବାନ ସରକାରକୁ ଆଫଗାନିସ୍ତାନରେ ସ୍ଥାୟୀ କରିବା ଛଡା ଆଉ କୈାଣସି ଉପାୟ ନାହିଁ ।

ତେବେ ଜାତିସଂଘର କହିବା ଅନୁସାରେ ଆଫଗାନିସ୍ତାନର ୫୦ ପ୍ରତିଶତ ଜନତା ଏବେ ଦାରିଦ୍ର ସୀମାରେଖା ତଳକୁ ଚାଲିଯାଇଛନ୍ତି । ଏବେ ଯଦି ଆମେ ଆଫଗାନିସ୍ତାନକୁ ଉପେକ୍ଷା କରିବା ତେବେ ଆଗାମୀ ବର୍ଷ ଗୁଡିକରେ ୯୦% ଆଫଗାନିବାସୀ ଦାରିଦ୍ର ସୀମାରେଖା ତଳକୁ ଚାଲିଯାଇଥିବେ । ଜାତିସଂଘର କହିବା ଅନୁଯାୟୀ ଆଗକୁ ଏକ ବିରାଟ ସଙ୍କଟ ଆସୁଛି । ଏହାର ସଂଘାତିକ ପରିଣାମ କେବଳ ଆଫଗାନିସ୍ତାନର ବାସୀନ୍ଦା ନୁହଁନ୍ତି ଚାରିଆଡେ ଏହାର ପ୍ରଭାବ ଦେଖାଦେବ ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି । ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ ବିଶ୍ୱ ସମୁଦାୟ ତାଲିବାନକୁ ଉତ୍ସାହିତ କରିବା ଆବଶ୍ୟକ, ଏବଂ ସେମାନଙ୍କ ମାନବିକ ଅଧିକାରକୁ ସମ୍ମାନ ଦେବା ଉଚିତ । ସେ କହିଛନ୍ତି ଯେ ଯଦି ବିଶ୍ୱ ସମୁଦାୟ ସେମାନଙ୍କୁ କଥାବାର୍ତ୍ତା କରିବାକୁ ଉତ୍ସାହିତ କରେ ତେବେ ଏହା ସମସ୍ତଙ୍କ ପାଇଁ ବିଜୟ ପରିସ୍ଥିତି ହେବ ।

ସୂତ୍ରରୁ ଜଣାପଡିଥିଲା ଯେ, ଗତ ଅଗଷ୍ଟରେ ମିଳିତ ଜାତିସଂଘ ଆଫଗାନିସ୍ତାନ ଉପରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ପାକିସ୍ତାନ ଦାବି କରିଥିଲା । କିନ୍ତୁ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି