Masthead

ତାଲିବାନ ସରକାରକୁ ସ୍ଥାୟୀ କରାଯାଉ: ଇମ୍ରାନ ଖାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ତାଲିବାନ ସପକ୍ଷରେ ଓକିଲାତି ଛାଡୁନି ପାକିସ୍ତାନ । ତାଲିବାନକୁ ସମର୍ଥନ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ , ଆଫଗାନିସ୍ତାନ ବାସୀଙ୍କ ମଙ୍ଗଳ ପାଇଁ ତାଲିବାନ ସରକାରକୁ ସ୍ଥାୟୀ କରାଯାଉ । ଏ ନେଇ ଜାତିସଂଘର ସାଧାରଣ ପରିଷଦ ଅଧିବେଶନରେ କହିଛି ପାକିସ୍ତାନ । ଇମ୍ରାନ ଖାନଙ୍କ କହିବା ଅନୁଯାୟୀ , ତାଲିବାନ ସରକାରକୁ ଆଫଗାନିସ୍ତାନରେ ସ୍ଥାୟୀ କରିବା ଛଡା ଆଉ କୈାଣସି ଉପାୟ ନାହିଁ ।

ତେବେ ଜାତିସଂଘର କହିବା ଅନୁସାରେ ଆଫଗାନିସ୍ତାନର ୫୦ ପ୍ରତିଶତ ଜନତା ଏବେ ଦାରିଦ୍ର ସୀମାରେଖା ତଳକୁ ଚାଲିଯାଇଛନ୍ତି । ଏବେ ଯଦି ଆମେ ଆଫଗାନିସ୍ତାନକୁ ଉପେକ୍ଷା କରିବା ତେବେ ଆଗାମୀ ବର୍ଷ ଗୁଡିକରେ ୯୦% ଆଫଗାନିବାସୀ ଦାରିଦ୍ର ସୀମାରେଖା ତଳକୁ ଚାଲିଯାଇଥିବେ । ଜାତିସଂଘର କହିବା ଅନୁଯାୟୀ ଆଗକୁ ଏକ ବିରାଟ ସଙ୍କଟ ଆସୁଛି । ଏହାର ସଂଘାତିକ ପରିଣାମ କେବଳ ଆଫଗାନିସ୍ତାନର ବାସୀନ୍ଦା ନୁହଁନ୍ତି ଚାରିଆଡେ ଏହାର ପ୍ରଭାବ ଦେଖାଦେବ ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି । ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ ବିଶ୍ୱ ସମୁଦାୟ ତାଲିବାନକୁ ଉତ୍ସାହିତ କରିବା ଆବଶ୍ୟକ, ଏବଂ ସେମାନଙ୍କ ମାନବିକ ଅଧିକାରକୁ ସମ୍ମାନ ଦେବା ଉଚିତ । ସେ କହିଛନ୍ତି ଯେ ଯଦି ବିଶ୍ୱ ସମୁଦାୟ ସେମାନଙ୍କୁ କଥାବାର୍ତ୍ତା କରିବାକୁ ଉତ୍ସାହିତ କରେ ତେବେ ଏହା ସମସ୍ତଙ୍କ ପାଇଁ ବିଜୟ ପରିସ୍ଥିତି ହେବ ।

ସୂତ୍ରରୁ ଜଣାପଡିଥିଲା ଯେ, ଗତ ଅଗଷ୍ଟରେ ମିଳିତ ଜାତିସଂଘ ଆଫଗାନିସ୍ତାନ ଉପରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ପାକିସ୍ତାନ ଦାବି କରିଥିଲା । କିନ୍ତୁ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’