Before Header

ନବବଧୂ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

0 108

ଦଶରଥପୁର(ବଡ଼ ଖବର ବ୍ୟୁରୋ): ନବବଧୂ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମୃତ ନବବଧୂ ଜଣଙ୍କ ନାବାଳିକା ହୋଇଥିବାରୁ ଚାଇଲଡ ୱେଲଫେୟାର ପକ୍ଷରୁ ôଥାନାରେ ଅଭିଯୋଗ କରାଯାଇଛି । ଦଶରଥପୁର ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପର ଭାଇଜର ନିନାରାଣୀ ରାଉତ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବିବାହର ୭ ମାସ ମଧ୍ୟରେ ନାବାଳିକା ଜଣଙ୍କର ମୃତ୍ୟ ସନେ୍ଦହ ସୃଷ୍ଟି ହୋଇଛି । ସ୍ୱାମୀ ଏବଂ ଶାଶୁ ମିଳିମିଶି ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ମୃତ ନାବାଳିକାର ପରିବାର ଅଭିଯୋଗ କରିଛନ୍ତି । ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.