Masthead

‘ଏହି କଷ୍ଟ ସମୟରେ ଆମେ ସମସ୍ତେ ଆପଣଙ୍କ ସହ ଛିଡା ହୋଇଛୁ’

ଜମ୍ମୁ-କାଶ୍ମୀର  (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଲଦାଖର ନ୍ୟୋମାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ଗଭୀର ଖାଲରେ ଖସି ପଡ଼ିଛି। ଏଥରେ ୯ ଯବାନ ଶହୀଦ ହୋଇଥିବା କୁହାଯାଉଛି। କେରି ସହରଠାରୁ ୭ କିଲୋମିଟର ଦୂରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅନ୍ୟ କେତେକ ଯବାନ ଆହତ ହୋଇଛନ୍ତି। ଯବାନମାନେ କାରୁ ଗ୍ୟାରିଶନଠାରୁ କେରି ଯାଉଥିଲେ। ଶହୀଦଙ୍କ ମଧ୍ୟରେ ଜଣେ ଜେସିଓ ଏବଂ ୮ ଯବାନ ଅଛନ୍ତି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି କହିଛନ୍ତି, “ଲେହ ନିକଟରେ ହୋଇଥିବା ଦୁର୍ଘଟଣାରେ ଭାରତୀୟ ସେନାଙ୍କ ମୃତ୍ୟୁକୁ ନେଇ ଆମେ ଦୁଃଖିତ । ଦେଶ ପାଇଁ ସେମାନଙ୍କ ଆଦର୍ଶ ଓ ସେବାକୁ କେବେବି ଭୁଲି ପାରିବୁ ନାହିଁ। ଆହତ କର୍ମଚାରୀଙ୍କୁ ମେଡିକାଲ ନିଆଯାଇଛି ସେମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

“ଏଥି ସହିତ କଂଗ୍ରେସ ମଧ୍ୟ ଟ୍ୱିଟ୍ କରି କହିଛି ଯେ ଲେହରେ ସେନା ଗାଡି ଖାଲରେ ଖସିଯିବା ପରେ ୯ ଶହୀଦ ହେବା ଦୁଃଖର ବିଷୟ । ଭଗବାନ ସେମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । । ଶୋକସନ୍ତପ୍ତ ପରିବାରକୁ ଏହି ଯନ୍ତ୍ରଣା ସହିବା ପାଇଁ ଶକ୍ତି ଦିଅନ୍ତୁ । “ଏହି କଷ୍ଟ ସମୟରେ ଆମେ ସମସ୍ତେ ଆପଣଙ୍କ ସହିତ ଛିଡା ହୋଇଥାଉ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣା ସମ୍ପର୍କରେ ଟ୍ୱିଟ କରି ଦୁଃପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଲଦାଖରେ ସେନା ଗାଡି ଦୁର୍ଘଟଣା ହେତୁ ଆମର ଅନେକ ସୈନିକଙ୍କ ଶହୀଦ ହେବାର ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଁ ସମସ୍ତ ଶହୀଦଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ମୁଁ ଆଶା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ