Before Header

ଧର୍ମକୁ ନେଇ ହିଂସା

0 23

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶରେ ଜଣେ ହିନ୍ଦୁ ଛାତ୍ରଙ୍କ ଘର ଉପରେ ଆକ୍ରମଣ । ସଂଖ୍ୟାଲଘୁ ଗୋଷ୍ଠୀ ପକ୍ଷରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଥାନା ଘେରାଉ ପରେ ହିନ୍ଦୁ ଛାତ୍ରଙ୍କ ଘର ଭଙ୍ଗାରୁଜା । ମାତ୍ର ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଯଥା ସମ୍ଭବ ସମାଧାନ କରିବାକୁ ଚେଷ୍ଟା କରିଥିଲା । ନବମ ଶ୍ରେଣୀରେ ପଢୁଥିବା ଦୁଇ ସମୁଦାୟର ଦୁଇ ଛାତ୍ର ପରସ୍ପର ଧର୍ମକୁ ନେଇ ନିଜ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସଂଖ୍ୟାଲଘୁ ସମୁଦାୟର ଛାତ୍ର ପ୍ରଥମେ ହିନ୍ଦୁ ଧର୍ମକୁ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଥିଲେ । ଯାହାର ଉତ୍ତରରେ ହିନ୍ଦୁ ଛାତ୍ର ଜଣକ ନିଜ ସୋସିଆଲ ମିଡିଆରେ ଟିପ୍ପଣୀ ଲେଖିଥିଲେ । ତେବେ ହିନ୍ଦୁ ବାଳକଙ୍କ ଟିପ୍ପଣୀ ପରେ ସଂଖ୍ୟା ଗୋଷ୍ଠୀର ବହୁ ଲୋକ ଏକତ୍ରିତ ହୋଇ ହିନ୍ଦୁ ଛାତ୍ରଙ୍କ ଘର ଉପରେ ଆକ୍ରମଣ କରିଥିଲେ । ମାତ୍ର ପୋଷ୍ଟରେ କ’ଣ ଲେଖା ହୋଇଥିଲା ତାହା ସାମ୍ନାକୁ ଆସିନି । ତେବେ ପୋଲିସ ଉଭୟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.