Masthead

ଚନ୍ଦ୍ର ଆଉ ୨୫ କିମି

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଇତିହାସ ରଚିବ ଇସ୍ରୋ । ସଫଳତାର ଆଉ ପାଦେ ଆଗରେ ‘ଚନ୍ଦ୍ରଯାନ-୩’  । ଚନ୍ଦ୍ରୟାନ -୩ ଚନ୍ଦ୍ରର ଅତି ନିକଟତର ହୋଇଛି । ବିକ୍ରମ ଲାଣ୍ଡର ଚନ୍ଦ୍ରର ବିଳମ୍ବିତ ରାତିରେ ଅର୍ଥାତ୍ ରବିବାର ସକାଳ ୨ ରୁ ୩ ଟା ମଧ୍ୟରେ ପହଞ୍ଚିଛି । ବର୍ତ୍ତମାନ ବିକ୍ରମ ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଛି । ଏହା ପୂର୍ବରୁ ଏହା ୧୧୩ x ୧୫୭ କିଲୋମିଟର କକ୍ଷପଥରେ ଥିଲା ।ଏ ସଂକ୍ରାନ୍ତରେ ‘ଏକ୍ସ୍‌’ (ଟୁଇଟ୍‌) କରି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ କକ୍ଷପଥ ପରିସୀମା ୨୫x୧୩୪ କିଲୋମିଟର୍‌କୁ କମାଇ ଦେଇଛି।

‘ମଡ୍ୟୁଲ୍‌’ର ଅଭ୍ୟନ୍ତରୀଣ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ଭୋର୍‌ ୫.୪୫ରେ ଅବତରଣ ପ୍ରକ୍ରିୟା (ପାୱାର୍‌ ଡିସେଣ୍ଟ୍‌) ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।‘ଲ୍ୟାଣ୍ଡର୍‌ ବିକ୍ରମ’ ଓ ‘ରୋଭର୍‌ ପ୍ରଜ୍ଞାନ’ ସହିତ ଏହି ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା