Masthead

ଅହଙ୍କାରୀ ଅନୁଭବ !

ଭୁବନେଶ୍ୱର: ମିଡିଆକୁ ହାତଯୋଡ଼ି ଅନୁଭବ ମହାନ୍ତି କହିଲେ, ବର୍ଷାଙ୍କ ସହ ବିବାଦ ତାଙ୍କ ଘର କଥା । ମିଡିଆ ଟିଆରପି ଲଢେଇରେ ଏ ଖବର ନ କରୁ । ତାଙ୍କ ବାପାଙ୍କ କିଛି ଅସୁବିଧା ହେଲେ ଦାୟୀ କିଏ ହେବେ? ୟେ ତ ସୋମବାରର କଥା | ଆଉ ମଙ୍ଗଳବାରର କଥା ପୂରା ଓଲଟା | କୌଣସି ଗଣମାଧ୍ୟମ ନୁହେଁ, ସେ ନିଜେ ନିଜ ଘର ଭିତରର କଥା ପୋଷ୍ଟ କରିଲେ | ବର୍ଷାଙ୍କ ଅଭିଯୋଗ ମିଛ ବୋଲି ଦର୍ଶେଇବାକୁ ଗତ ତାଙ୍କ ଘର ଭିତରର ଗତ ଗଣେଶ ପୂଜା ପୂଜାର ଭିଡିଓ ଅପଲୋଡ କରିଛନ୍ତି | ଏବେ ଅନୁଭବ କହିବେ କି, ନିଜେ ଯେଉଁ ଘର ଭିତରର କଥା ପୋଷ୍ଟ କଲେ, ଏଥିଲାଗି କାହାର କିଛି କ୍ଷତି ହେଲେ ସେ ନିଜେ ଦାୟୀ ରହିବେ ତ? ନା ଆମେ ଏହା ବୁଝିବୁ, ନିଜ କେଳେଙ୍କାରୀ ଲୁଚେଇବାକୁ ଓଲିଉଡର ଏହି ବଡ଼ ଅଭିନେତା ମିଡିଆ ଆଗରେ ଭଲ ନାଟକ କରୁଥିଲେ | ମିଡିଆକୁ ଘର ପ୍ରସଙ୍ଗ କହି ପାଠ ପଢଉଥିବା ଅନୁଭବ, ନିଜେ କେମିତି ପାଠ ଭୁଲିଗଲେ?

 

ଏହା ସହ ବର୍ଷାଙ୍କ ବେଡ ରୁମରେ ପଶି ୨ ଯୁବକ ଯେଉଁଭଳି ଭିଡିଓ କଲେ ତାହା ବି ସମସ୍ତଙ୍କୁ ଚକିତ କରିଛି | ଜଣେ ମହିଳାଙ୍କ ଅନିଚ୍ଛାରେ ତାଙ୍କ ବେଡରୁମକୁ ପଶି ଭିଡିଓ କରିବା କେଉଁ ଶାଳୀନତା? ଅନୁଭବ ମହାନ୍ତିଙ୍କ ଘରେ ରହୁଥିବା ପତ୍ନୀ ବର୍ଷାଙ୍କ ପ୍ରତି ଏଭଳି ବ୍ୟବହାର ବର୍ଷାଙ୍କ କଥାରେ ସତ ଥିବା ପ୍ରମାଣିତ କରୁନାହିଁ କି? ଖାଲି ଏତିକି ନୁହେଁ, ପୂରା ପ୍ରସଙ୍ଗକୁ ବଡ଼ ଚାଲାକିରେ ବାରମ୍ବାର ବ୍ୟକ୍ତିଗତ ଓ ଘରର କଥା କହି ଖସିବାକୁ ଚାହୁଁଥିବା ଅନୁଭବଙ୍କ ପ୍ରେସ ରିଲିଜକୁ ବି ଦେଖନ୍ତୁ | ଅନୁଭବ କ’ଣ ଏତିକି ଜାଣିନାହାନ୍ତି କି, ଅଶୋକ ସ୍ତମ୍ଭ ଓ ସାଂସଦ ପଦବୀ ତାଙ୍କ ଘରର କଥା ନୁହେଁ, ଯାହାକୁ ସେ ନିଜ ଘରର କଥାର ପ୍ରେସ ରିଲିଜ ପାଇଁ ବ୍ୟବହାର କରିବେ | ପୂରା ପ୍ରସଙ୍ଗକୁ ଦେଖିଲେ ଏହା ଲାଗୁଛି, ଅନୁଭବ ମହାନ୍ତିଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚିଛି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ