Masthead

ଲଖିମପୁର ପରେ ବର୍ତ୍ତମାନ ଅରୁଣ ବାଲ୍ମିକି ମୃତ୍ୟୁ ଘଟଣା

ଗୋରଖପୁର(ବଡ଼ ଖବର ବ୍ୟୁରୋ): ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇଉଠିଛନ୍ତି । ଏହା ମଧ୍ୟରେ ବିରୋଧୀ କଂଗ୍ରେସ ଉତ୍ତରପ୍ରଦେଶରେ ନିଜର ସିକ୍କାକୁ ମଜବୁତ କରିବା ଲକ୍ଷ୍ୟରେ ରହିଛି । ଭାଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ମନ ବଳାଉଥିବାବେଳେ ଭଉଣୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇ ନିଜର ଇଚ୍ଛାକୁ ପୂରଣ କରିବାକୁ ଚାହୁଁଛନ୍ତି । ଏନେଇ ଅନେକ ରାଜନୈତିକ ରଣନୀତି କଂଗ୍ରେସ ପ୍ରସ୍ତୁତ କରିସାରିଛି । କାହିଁକିନା କିଛି ଦିନ ପୂର୍ବରୁ ସମସ୍ତ ଛୋଟ ଓ ବଡ଼ ଦଳକୁ ଏକାଠି କରି କଂଗ୍ରେସ ନିର୍ବାଚନ ଲଢିବ ବୋଲି ପ୍ରଚାର ହେଉଥିଲା । ଏହା ମଧ୍ୟରେ ଉତ୍ତରପ୍ରଦେଶ ରାଜନୀତିକୁ ଦୃଷ୍ଟିରେ ରଖି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଟିକେ ଚଳଚଞ୍ଚଳ ହୋଇଉଠିଛନ୍ତି । ଦୀର୍ଘଦୀନ ହେବ ଲାଇମଲାଇଟରୁ ଦୂରରେ ଥିବା ପ୍ରିୟଙ୍କା ହଠାତ ବର୍ତ୍ତମାନ ଲାଇମ ଲାଇଟରେ । କେତେବେଳେ ଲଖିମପୁର ଖେରି ମାମଲାକୁ ନେଇ ତ ଆଉ କେତେବେଳେ ପୁଲିସ ହେପାଜତରେ ମୃତ୍ୟୁବରଣ କରିଥିବା ଅରୁଣ ବାଲ୍ମିକି ପ୍ରସଙ୍ଗକୁ ନେଇ ।

ଏଇଠି ପ୍ରଶ୍ନ ଉଠୁଛି ଏସବୁ କରି କଂଗ୍ରେସ ନିଜର ରାଜନୈତିକ ଲାଭ ଉଠାଉ ନାହିଁ ତ ? ନା’ ଲଖିମପୁର ଖେରୀ ମାମଲା ପରି କିଛିଦିନ ଏହି ପ୍ରସଙ୍ଗକୁ ଉଠାଇ ପୁଣି ଆଉ ଥରେ ଚୁପ ହୋଇଯିବେ କି ପ୍ରିୟଙ୍କା ? ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନାକୁ ଆସିଛି । ପୁଣିଥରେ ପ୍ରିୟଙ୍କା ଲଖିମପୁର ଘଟଣା ଭଳି ପୁଲିସ ହେପାଜତରେ ମୃତ୍ୟୁବରଣ କରିଥିବା ଅରୁଣ ବାଲ୍ମିକି ପ୍ରସଙ୍ଗକୁ ନେଇ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି । ପ୍ରିୟଙ୍କା ଗାନ୍ଧୀ ଆଗ୍ରା ଯିବାକୁ ଜିଦ ଧରିଛନ୍ତି । ଏନେଇ ପ୍ରିୟଙ୍କା ଟ୍ୱିଟ ମଧ୍ୟ କରିଛନ୍ତି । ତେବେ ଅରୁଣ ବାଲ୍ମିକି ପୁଲିସ ହେପାଜତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ପରିବାର ନ୍ୟାୟ ଚାହୁଁଛନ୍ତି । ମୁଁ ତାଙ୍କ ପରିବାର ପରିଦର୍ଶନ କରିବାକୁ ଚାହୁଁଛନ୍ତି । ହେଲେ ପ୍ରିୟଙ୍କା ଏଇଠି ଉତ୍ତରପ୍ରଦେଶ ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ଉତ୍ତରପ୍ରଦେଶ ସରକାର କାହିଁକି ମୋତେ ଭୟ କରୁଛନ୍ତି ? ମୋତେ କାହିଁକି ଅଟକାଉଛନ୍ତି ? କେବଳ ଏତିକି ନୁହେଁ ବରଂ ଆଗ୍ରା ପୁଲିସ ହେପାଜତରେ ମୃତ୍ୟୁବରଣ କରିଥିବା ଅରୁଣ ବାଲ୍ମିକିଙ୍କୁ ନ୍ୟାୟ ଦେବା ଅପରାଧ କି ବୋଲି ପ୍ରଶ୍ନ କରିଛନ୍ତି ।

କାହିଁକି ବିଜେପି ସରକାରଙ୍କ ପୁଲିସ ମୋତେ ଆଗ୍ରା ଯିବାକୁ ବାରଣ କରୁଛି ? ପ୍ରତ୍ୟେକଥର ନ୍ୟାୟର ସ୍ୱରକୁ ଦମନ କରିବାକୁ କାହିଁକି ଚେଷ୍ଟା କରୁଛି ? ହେଲେ ମୁଁ ପଛକୁ ଫେରିବି ନାହିଁ ବୋଲି ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଯଦି ଆମେ ଦେଖିବା ଦେଶର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କଂଗ୍ରେସ ସ୍ୱର ଉଠାଇଥାଏ । ସେ ଲଖିମପୁର ଖେରୀ ମାମଲା ହେଉ କିମ୍ବା ଆଗ୍ରା ହାଜତ ମୃତ୍ୟୁ ଘଟଣା । ହେଲେ ଲଖିମପୁର ଭଳି ଏଇଠି କଂଗ୍ରେସ ନୀତି ଆପଣାଇବନି ତ?

ଯେପରି କିଛିଦିନ ମୃତ ପରିବାରକୁ ଭେଟିବାର ଦାବି କରାଯାଇଥିଲା । ପରେ କେନ୍ଦ୍ରରାଜ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରାଯାଇଥିଲା, ହେଲେ ବର୍ତ୍ତମାନ ଠିକ ସେହିପରି ଆଗ୍ରା ହାଜତ ମୃତ୍ୟୁ ଘଟଣାର ପୁନରାବୃତ୍ତି କରୁଛି କଂଗ୍ରେସ । ତେବେ ଏହା ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ରଣନୀତି ନା ବାସ୍ତବରେ କଂଗ୍ରେସ ଏନେଇ ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରୁଛି, ତାହା ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ