ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଡିର ଅଷ୍ଟମ ନୋଟିସରେ ବି ହାଜର ହେଲେନି କେଜ୍ରିୱାଲ । ଆଜି ଇଡିରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୋଟିସ ହୋଇଥିଲା । ଅଷ୍ଟମ ସମନ ଉପରେ ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅଷ୍ଟମ ଡାକରାକୁ ବେଆଇନ ଦର୍ଶାଇ ଥିଲେ ବି ମାର୍ଚ୍ଚ ୧୨ ପରେ ତଦନ୍ତକାରୀ ସଂସ୍ଥାର ପ୍ରଶ୍ନର ସାମ୍ନା କରିବେ ବୋଲି କହିଛନ୍ତି କେଜ୍ରିୱାଲ। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଚରାଉଚରା ପାଇଁ ପ୍ରସ୍ତୁତ ହୋଇଛନ୍ତି।
ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ମାର୍ଚ୍ଚ ୧୨ପରେ ଏକ ନୂତନ ତାରିଖ ମାଗିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ହାଜର ହେବେ ବୋଲି କହିଛନ୍ତି। ତେବେ ଆଜି ଅଷ୍ଟମ ସମନରେ ମଧ୍ୟ କେଜ୍ରିଓ୍ବାଲ ହାଜର ହେବେ ନାହିଁ।ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିକୁ ଏକ ଜବାବ ପଠାଇଛନ୍ତି।ସେ କହିଛନ୍ତି, ଏହି ସମନ ବେଆଇନ , କିନ୍ତୁ ମୁଁ ତୁମର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । ମାର୍ଚ୍ଚ ୧୨ପରେ କେଜ୍ରିଓ୍ବାଲ ଇଡିରୁ ଏକ ନୂତନ ତାରିଖ ମାଗିଛନ୍ତି। ଆମ ଆଦମୀ ପାର୍ଟି କହିଛି ଯେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଡି ଯାଞ୍ଚରେ ଯୋଗଦେବେ।